ସ୍ନାତ୍ତକୋତ୍ତର ଶିକ୍ଷା ଲାଭ କରୁଥିବା ମେଧାବୀ ଛାତ୍ର ମୁରଲୀଧରଙ୍କୁ ଲାପଟପ ପ୍ରଦାନ କଲେ ଜିଲ୍ଲାପାଳ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାରେ ସ୍ନାତ୍ତକୋତ୍ତର ଶିକ୍ଷା ଲାଭ କରୁଥିବା ମେଧାବୀ ଦୃଷ୍ଠିବାଧିତ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲାପଟପ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୯ ଜଣ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଅପରାହ୍ନ ସାଢେ ୪ ଟା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଥମ ହିତାଧିକାରୀ ମୁରଲୀଧର ସାମଲଙ୍କୁ ଲାପଟପ ପ୍ରଦାନ କରିଛନ୍ତି । ମୁରଲୀ ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଓଡିଆ ବିଭାଗରେ ସ୍ନାତ୍ତକୋତ୍ତର ଶିକ୍ଷା ନେଉଛନ୍ତି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ