ଭାରତ ଓ ଆମେରିକା ଚାଳକ ବିହୀନ ବିମାନ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷର  

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ଜୁଲାଇ ୩୦, ୨୦୨୧ ରେ ମିଳିତ କାର୍ଯ୍ୟ ଗୋଷ୍ଠିର ଏୟାର ସିଷ୍ଟମ ଅନ୍ତର୍ଗତ ଏୟାର ଲଂଚ ହୋଇଥିବା ଚାଳକ ବିହୀନ ବିମାନ (ଏଏଲ୍ୟୁଏଭି) ପାଇଁ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟିକ ପ୍ରୋତ୍ସାହନ (ଡିଟିଟିଆଇ) ଅଧିନରେ ଏକ ପ୍ରକଳ୍ପ ଚୁକ୍ତିନାମା (ପିଏ) ସ୍ୱାକ୍ଷର କରିଛି । ଏଏଲ୍ୟୁଏଭି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିନାମା, ବିକାଶ, ପରୀକ୍ଷଣ ଏବଂ ମୂଲ୍ୟାଙ୍କନ (ଆରଡିଟି ଆଣ୍ଡ ଇ) ସ୍ମାରକପତ୍ର ଅଧୀନରେ ରହିଛି, ଯାହା ପ୍ରଥମେ ଜାନୁଆରୀ ୨୦୦୬ ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଜାନୁଆରୀ ୨୦୧୫ ରେ ନବୀକରଣ କରାଯାଇଥିଲା । ଏହି ରାଜିନାମା ହେଉଛି ପ୍ରତିରକ୍ଷା ଉପକରଣର ସହ-ବିକାଶ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ସହଯୋଗ । ଡିଟିଟିଆଇର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତ ଓ ଆମେରିକାର ସାମରିକ ବାହିନୀ ଲାଗି ସହଯୋଗୀ ଜ୍ଞାନକୌଶଳ ବିନିମୟକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତର ଜ୍ଞାନକୌଶଳର ସହ-ଉତ୍ପାଦନ ତଥା ସହ-ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଓ ସ୍ଥାୟୀ ନେତୃତ୍ୱ ଆଣିବା । ଡିଟିଟିଆଇ ଅଧୀନରେ, ସ୍ଥଳ ବାହିନୀ, ନୌବାହିନୀ, ଆକାଶ ବାହିନୀ ଏବଂ ବିମାନ ପରିବହନକାରୀ ପ୍ରଯୁକ୍ତିବିଦ୍ୟା ଉପରେ ମିଳିତ କାର୍ଯ୍ୟ ଗୋଷ୍ଠି ଗଠନ କରାଯାଇଛି ଯାହା ସମ୍ପୃକ୍ତ ଡୋମେନରେ ପାରସ୍ପରିକ ସହମତ ପ୍ରକଳ୍ପ ଉପରେ ଧ୍ୟାନ ଦେବ । ପିଏ ର ସହ-ବିକାଶ ପାଇଁ ଏୟାର ସିଷ୍ଟମରେ ମିଳିତ କାର୍ଯ୍ୟ ଗୋଷ୍ଠି ଦ୍ୱାରା ତଦାରଖ କରାଯାଇଛି ଏବଂ ଏହା ଡିଟିଟିଆଇ ପାଇଁ ଏକ ପ୍ରମୁଖ ସଫଳତା । ଏକ ଏଏଲ୍ୟୁଏଭି ପ୍ରୋଟୋଟାଇପ୍ ସହ-ବିକାଶ ପାଇଁ ସିଷ୍ଟମର ଡିଜାଇନ୍‌, ବିକାଶ, ପ୍ରଦର୍ଶନ, ପରୀକ୍ଷଣ ଏବଂ ମୂଲ୍ୟାଙ୍କନ ଦିଗରେ ବାୟୁସେନା ଗବେଷଣା ପରୀକ୍ଷାଗାର, ଭାରତୀୟ ବାୟୁସେନା ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ମଧ୍ୟରେ ସହଯୋଗକୁ ପିଏ ସୂଚୀତ କରେ । ଡିଆରଡିଓ ର ଏରୋନେଟିକାଲ୍ ଡେଭଲପମେଂଟ ଏଷ୍ଟାବ୍ଲିସମେଂଟଂଟ (ଏଡିଇ) ଏବଂ ବାୟୁସେନା ଗବେଷଣା ପରୀକ୍ଷାଗାର (ଏଏଫଆରଏଲ୍‌) ରେ ଥିବା ଏରୋସ୍ପେସ୍ ସିଷ୍ଟମ୍ ନିର୍ଦ୍ଦେଶାଳୟ ସହିତ ଭାରତ ଏବଂ ଆମେରିକାର ବିମାନ ବାହିନୀ ପ୍ରକଳ୍ପ ରାଜିନାମା କାର୍ଯ୍ୟକାରିତା ପାଇଁ ମୁଖ୍ୟ ସଂଗଠନ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ