କୋଠାର ବରିଷ୍ଠନାଗରିକଙ୍କ ଦ୍ୱାରା ରୋଗପ୍ରତିରୋଧକ ୟୁନାନୀ ଔଷଧ ବଣ୍ଟନ
ଧାମନଗର( ସନ୍ତୋଷ କୁମାର ପ୍ରଧାନ)ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବୟାଣ୍ଡି ନୂଆହାଟ ମେଳଣପଡିଆ ଠାରେ ଆଜି କୋଠାର ବରିଷ୍ଠ ନାଗରିକଙ୍କ ଦ୍ୱାରା ଭାରତ ସରକାର ୟୁନାନୀ ଡାକ୍ତରଖାନା ଭଦ୍ରକ ତରଫରୁ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ 18 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ବା ଡାଇବେଟିସ ନଥିବା ବ୍ୟକ୍ତି ଙ୍କୁ ମାଗଣା ଔଷଧ 1450 ଲୋକଙ୍କୁ ବିତରଣ କରାଯାଇଥିଲା l ଏହି ମହୋତ୍ସବରେ ଭଦ୍ରକର ଆଞ୍ଚଳିକ ୟୁ ନାନୀ ଗବେଷଣା ସଂସ୍ଥାର “ମୋହମଦ ଅଲି ରହବର ଅଂଶଗ୍ରହଣ କରିଥିଲେ “କାରଣ ଏ କରୋନା ମହାମାରୀ ତାର ଯେଭଳି କାୟାବିସ୍ତାର ସାରା ବିଶ୍ୱରେ ତାଣ୍ଡବ ରଚାଇଥିଲା ତାହାକୁ ନେଇ ଭାରତ ସରକାରଙ୍କ “ଆୟୁଷ”ମନ୍ତ୍ରାଳୟ ଦ୍ୱାରା “ସ୍ୱାଧୀନତା ର ଅମୃତ ମୋହତ୍ସବ “ଆରମ୍ଭ କରାଯାଇ ଥିଲା l ଏହି ମୋହତ୍ସବ ରେ ଭଦ୍ରକ ଆଞ୍ଚଳିକ ୟୁନାନୀ ଗବେଷଣା ସଂସ୍ଥା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏହି ମହୋଉତ୍ସବ ରେ କୋଠାର ବରିଷ୍ଠ ନାଗରିକ ସଙ୍ଘଟନର ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମହାନ୍ତିଙ୍କ ଅଧକ୍ଷତା ରେ ଆରମ୍ଭ କରାଯାଇଥିଲା ଓ ସମସ୍ତ ବରିଷ୍ଠ ନାଗରିକ ଏହି ଉତ୍ସବ ରେ ଭାଗ ନେଇଥିଲେ l ନାରାୟଣ ଚନ୍ଦ୍ର ଜେନା. ବିଦ୍ୟାଧର ରାଉତ. ମୁରଲୀଧର ମହାଳିକ. ଭରତ ଚନ୍ଦ୍ର ମଲ୍ଲିକ.ଗୋଲେଖ ଚନ୍ଦ୍ର ପରିଡା. ଗୌରାଙ୍ଗ ପଣ୍ଡା. ବିଜୟ କିଶୋର ଦାସ. ମିର ଅବଦୁଲ ଦୟାନ. ସତ୍ୟ ସୁନ୍ଦର ପାଢ଼ୀ. ଭାସ୍କର ସେଠି. ଚିନ୍ମୟ ନାୟକ. କାଳନ୍ଦୀ ଦିବେଦୀ. ବାମନ ବିଶ୍ୱାଳ ଓ ସୁବ୍ରତ ମଲ୍ଲିକ ଅଂଶଗ୍ରହଣ କରିଥିଲେ l