ମହାକାଳପଡା ବିକାଶ ମଞ୍ଚ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡ଼ା, (କେନ୍ଦ୍ରାପଡ଼ା, ଚିତ୍ତରଞ୍ଜନ ଦାସ ) : ମହାକାଳପଡା ବିକାଶ ମଞ୍ଚ ପକ୍ଷରୁ ବଉଳକଣୀ ପଞ୍ଚାୟତର ଅରୁଣନଗର ଗ୍ରାମର ଅଗ୍ନିବିପନ୍ନ ପରିବାର ରାଜୁ ଜେନାଙ୍କୁ ସହାୟତା ପ୍ରଦାନ କରାଯାଇଛି । ଆକସ୍ମିକ ଅଗ୍ନିକାଣ୍ଡ ଘଟି ରାଜୁଙ୍କ ବାସଗୃହଟି ସମ୍ପୂର୍ଣ୍ଣ ପୋଡି ପାଉଁଁଶ ହୋଇଯାଇଛି । ଏସମ୍ପର୍କରେ ଖବର ପାଇ ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ପରିବେଶବୀତ କାଶୀନାଥ ରାଉତରାୟ ଓ ମଞ୍ଚର ଉପଦେଷ୍ଟା ଶିକ୍ଷାବିତ ପ୍ରଣବ କୁମାର ଜେନାଙ୍କ ସହ ବିପନ୍ନଙ୍କ ପାଖରେ ପହଞ୍ଚି ରାଜୁଙ୍କୁ ଚୂଡା, ଅଟା, ବିସ୍କୁଟ, ଚିନି ପ୍ରଭୃତି ଶୁଖିଲା ଖାଦ୍ୟ ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ବିପନ୍ନ ପରିବାରକୁ ମଞ୍ଚ ପକ୍ଷରୁ ସମବେଦନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚର ସମ୍ପାଦକ ବିଚିତ୍ର ବାରିକ, ସଦସ୍ୟ ଧନେଶ୍ୱର ସେଠୀ, ପବିତ୍ର ମାଇତି, ସେହି ଗ୍ରାମର ସଞ୍ଜୟ ମାରୁ, ରାମଚନ୍ଦ୍ର ମଣ୍ଡଳ, ଶ୍ରୀବତ୍ସ ମଳିକ, ଶ୍ରୀକାନ୍ତ ସର୍ଦ୍ଦାର, ଜଗବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।