ଓଷ୍ଟା ପକ୍ଷରୁ ପ୍ରାକ୍ତନ ସମ୍ପାଦକ ଓ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, (କେନ୍ଦ୍ରାପଡ଼ା, ଚିତ୍ତରଞ୍ଜନ ଦାସ ) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ଆନୁକୁଲ୍ୟରେ ଦୁହୁରିଆସ୍ଥିତ ଶିକ୍ଷକ ଭବନ ପରିସରରେ ସଙ୍ଘର ପ୍ରାକ୍ତନ ବ୍ଲକ ସମ୍ପାଦକ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଜିଲ୍ଲା ଉପସଭାପତି ତ୍ରୈଲୋକ ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଆଭାସୀ ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଘର ପ୍ରାକ୍ତନ ମହାକାଳପଡା ବ୍ଲକ ସମ୍ପାଦକ ଗରୁଡ ଚରଣ ପରିଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ରାଉତ ଏବଂ ମାର୍ଶାଘାଇ ମଣୀନାଗେଶ୍ୱର ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଦାସଙ୍କ ବିୟୋଗରେ ସେମାନଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରାଯିବା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏହି ଆଭାସୀ ସଭାରେ ଜିଲ୍ଲା ସମ୍ପାଦକ ତପନ କୁମାର ସିଂ, ଉପଦେଷ୍ଟା ତ୍ରୈଲୋକ ସ୍ୱାଇଁ, ପ୍ରାକ୍ତନ ସମ୍ପାଦକ ନିର୍ମଳ ନାୟକ, ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରଣବ କୁମାର ଜେନା, ଶିକ୍ଷାବୀତ କାଶୀନାଥ ରାଉତରାୟ, କାର୍ଯ୍ୟକାରୀ ସଭାପତି ପ୍ରମୋଦ ବେହେରା, ନାରାୟଣ ଚନ୍ଦ୍ର ପଣ୍ଡା, ରାଜକିଶୋର ନାୟକ, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ସରୋଜକାନ୍ତ ଜେନା, ରମେଶ ଚନ୍ଦ୍ର ସାହୁ, ସୁବୁଦ୍ଧି ଚରଣ ସାହୁ, କ୍ଷୀରୋଦ କୁମାର ସେନାପତି, ପିତାମ୍ବର ନାୟକ, ହରେକୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଟିଟିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଏହି ଆଭାସୀ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସ୍ୱର୍ଗତ ଶିକ୍ଷକମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।