ଶତାୟୂ ଗୁରୁଙ୍କ ପୂଜନ କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ନିଆରା ଢଙ୍ଗରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଶିକ୍ଷାବିତ ବାଇଧର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଗୁରୁପୂଜନ କାର୍ଯ୍ୟକ୍ରମରେ ନାରାୟଣ ଚନ୍ଦ୍ର ମହାନ୍ତି, ଉଲ୍ଲାସ ଚନ୍ଦ୍ର ନାୟକ, ମଧୂସୁଦନ ଜେନା, ରାଧୁମଣି ଜେନା, କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନ ସର୍ବପ୍ରାଚୀନ ବୋଲି କହିଥିଲେ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ସୁଆଁପଦା ସ୍ଥିତ ଭବନରେ ପହଞ୍ଚି ଶତାୟୁ ସାଗିତ୍ୟାଚାର୍ଯ୍ୟ ଗୁରୁ ବା’ାନିଧି ରଥଶର୍ମାଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ, ଧୂପ ଦୀପଦେଇ ପୂଜାର୍ଚ୍ଚନା କରିଥିଲେ । ଅନୁରୂପ ଭାବେ ଶତାୟୁ ଗୁରୁ ଶିଶ୍ୟ ମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ । ଶରତ ଚନ୍ଦ୍ର ରାଉତ ଏଥିରେ ସହଯୋଗ କରିଥିଲେ ।


