ସାଇବର ସଚେତନତା ଶିବିର

ଧାମନଗର (ଓ୍ବାଇଏନଏସ): ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଜାହାଙ୍ଗୀର,ଧାମନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା, ଆଇ ଆଇ ସି ସାଇବର୍ ଥାନା ଦୟାନିଧି ଦାସ ଭଦ୍ରକ,ଜିଲ୍ଲା ଏଫ୍ ଏଲ୍ ସି ଅଶ୍ବିନୀ କୁମାର ନାୟକ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମ୍ୟାନେଜର ସୌମ୍ୟଦର୍ଷୀ ପରିଜା, ଭଦ୍ରକ ପୋଷ୍ଟାଲ ଡିଭିଜନର ବିଜନେସ ଏଜିକ୍ୟୁଟିଭ୍ ଶୋଭନ କୁମାର ମହାନ୍ତି ଓ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।ଏହି ସଭାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ସଭାରେ ଯୋଗଦେଇଥିବା ବ୍ୟକ୍ତି ମାନଙ୍କୁ ସଂଚୟର ମହତ୍ତ୍ଵ ଜଣାଇବା ସହ ଆର୍ଥିକ ସକ୍ଷାରତା ମାଧ୍ୟମରେ ସମାଜ ଗଢ଼ିବା ପାଇଁ ଅନୁପ୍ରାଣିତ କରିଥିଲେ। ଆଇଆଇସି ସାଇବର ଥାନା ସଭାରେ ଯୋଗଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ଅଙ୍ଗନୱାଡି କର୍ମୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଞ୍ଚିବାର ଉପାୟମାନ ବୁଝାଇଥିଲେ। ଏଫ୍ ଏଲ ସି ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ମ୍ୟାନେଜର୍ ବ୍ୟାଙ୍କ୍ ରେ ଉପଲବ୍ଧ ଥିବା ସମସ୍ତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଡାକ ବିଭାଗର ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଞ୍ଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ ଓ  ସଭାରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ସଞ୍ଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ମୋଟ ୧୨୦ ଜଣ  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଅଙ୍ଗନୱାଡି କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଥିଲେ। ଏହି ସଭାରେ ଶିଖିଥିବା ତଥ୍ୟ ରେ ଅନୁପ୍ରାଣିତ ହେବା ପାଇଁ ଅଥିତିମାନେ ବ୍ୟକ୍ତିବିଶେଷ ମାନଙ୍କୁ ଅନୁରୋଧ କରିଥିଲେ ଓ  ନିଜ ପରିବାର ଲୋକଙ୍କୁ ମଧ୍ୟରେ ସଞ୍ଚୟ ଯୋଜନା,ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ସମ୍ପର୍କରେ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ। ସର୍ବଶେଷରେ ଆର୍ଥିକ ସାକ୍ଷରତା ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ ପୁରଷ୍କୃତ କରାଯାଇଥିଲା। ଏହି ସଭାଟିକୁ ସଫଳ କରିବାରେ ଦଳଙ୍ଗ  ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କାର୍ଯ୍ୟକର୍ତ୍ତା,ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ର କର୍ମକର୍ତ୍ତା ଓ ଡାକ ଏଜେଣ୍ଟ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ