ଗଞ୍ଜାମ ମହାବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବୈଠକ

ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ମହାବିଦ୍ୟାଳର ପୁରାତନ ଛାତ୍ରଙ୍କ ଏକ ବୈଠକ ରବିବାର କଲେଜ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ୱତନ୍ତ୍ର ଅତିଥିଭାବେ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଓ ରାଜନୀତି ବିଜ୍ଞାନ ବିଭାଗ ରିଡର ଅମର ପ୍ରସାଦ ବିଶୋଇ ଯୋଗଦେଇଥିଲେ।ଆୟୋଜିତ ବୈଠକରେ କଲେଜ ରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ତାର ସମାଧାନ ନେଇ ଆଲୋଚନା ହୋଇଥିଲା। ବୈଠକରେ ପୁରାତନ ଛାତ୍ରଙ୍କ ଏକ କମିଟି ଗଠନ କରାଯାଇ ନୂତନ ଭାବେ କର୍ମକାର୍ତ୍ତା ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା।ଉକ୍ତ କମିଟି କଲେଜର ବିକାଶ ଓ ଆଗାମି ଦିନ ରେ ହେବାକୁଥିବା ରୈପ୍ୟ ଜୟନ୍ତୀ ଉତ୍ସବ ପାଳନ ର ଉପରେଖ ପ୍ରସ୍ତୁତ କରିବାନେଇ ନିଷ୍ପତି ଗ୍ରହଣ କରାଯାଇଥିଲା।ଉପଦେଷ୍ଟା ପ୍ରମୋଦ ଦାଶ, ମଙ୍ଗରାଜ ପଣ୍ଡା,ବିଶ୍ୱନାଥ ଦାଶ,ସଭାପତି ବିନୋଦ ଚନ୍ଦ୍ର ପାଢ଼ୀ,ସମ୍ପାଦକ ଦିଲିପ କୁମାର ପଟନାୟକ,ଉପସଭାପତି ଡି.ସୀମାଲି,ସହ ସମ୍ପାଦକ କୈଳାସ ଚନ୍ଦ୍ର ପଲାଇ ରହିଥିଲେ।ପୃଷ୍ଠ ପୋଷାକ ଲିଙ୍ଗରାଜ ପଟନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବିନୋଦ ଚନ୍ଦ୍ର ମହାପାତ୍ର,ଗୌରୀ ଶଙ୍କର ପାଢ଼ୀ,ଅମରଜିତ ବେହେରା,ଶବର କୁମାର ତରାଇ,ଅଜୟ କୁମାର ତ୍ରିପାଠି, ଲକ୍ଷ୍ମୀ ଚରଣ ଶତପଥି,ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ