ପଞ୍ଚାୟତସ୍ତରୀୟ ମହାସଂଘର ପକ୍ଷରୁ ଋଣରାଶି ପ୍ରଦାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ତିନିଗୋଟି ଏସଏଚଜିର ତିନିଜଣ ସଦସ୍ୟାଙ୍କୁ ଋଣରାଶି ପ୍ରଦାନ କରାଯାଇଛି । ପଞ୍ଚାୟତର ଓମସାଇରାମ ଏସଏଚଜି ଗ୍ରୁପ, ବାବା ଦୁଖେଶ୍ୱର ଗ୍ରୁପ ଓ ସାତଶୋଳାର ମହାଲକ୍ଷ୍ମୀ ଏସଏଚଜି ଗ୍ରୁପର ତିନିଜଣ ସଦସ୍ୟଙ୍କୁ ୪୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏଥିରେ ବିଡିଓ ଦେବଦତ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାଙ୍କୁ ଚେକ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ସଦାଶିବ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥଶଙ୍କର ଦାସ, ବିଏଲସି ସୀମାରାଣୀ ପଣ୍ଡା, ପଞ୍ଚାୟତ ସଭାନେତ୍ରୀ ପୁଷ୍ପଲତା କର, ସମ୍ପାଦିକା ଗୀତାଞ୍ଜଳୀ ଖଣ୍ଡେଇ, ଏମବିକେ ସାଗରିକା ଦାସ, ପଞ୍ଚାୟତର ସମସ୍ତ ସିଆରପି ଓ ଇସି ମେମ୍ବର ଉପସ୍ଥିତ ଥିଲେ ।


