ନିର୍ମାଣ ଶ୍ରମିକଙ୍କ ପକ୍ଷରୁ ବ୍ଲକ ଘେରାଉ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭଣ୍ଡାରିପୋଖରୀ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମନ୍ୱୟ ସମିତି ସଭାପତି ନାରାୟଣ ନାୟକଙ୍କ ନେତୃତ୍ୱରେ ଅନେକ ଶ୍ରମିକ ବ୍ଲକ ଘେରାଉରେ ସାମିଲ ହୋଇଥିଲେ । ଏଥିରେ ସୁଭାଶିଷ ନାୟକ, ନରେନ୍ଦ୍ର କୁମାର ଜେନା, ଅମିୟ ନାୟକ, ନାରାୟଣ ସେଠୀ, ଅକ୍ଷୟ ପଣ୍ଡା, ଦୁର୍ଯ୍ୟୋଧନ ବେହେରା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସନ୍ତୋଷ ଗାହାଣ, ଚନ୍ଦ୍ରମଣି ଜେନା, ନୃସିଂହ ଚରଣ ମିଶ୍ର, ଧିରେନ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷକରି ଶ୍ରମିକ ମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ କରୋନା ସହାୟତା ପ୍ରଦାନ, ଠିକାକାର୍ଯ୍ୟ ପ୍ରଦାନ, ଏନଆରଇଜିଏସରେ ମେସିନ କାର୍ଯ୍ୟ ବନ୍ଦ ତଥା ଜବକାର୍ଡଧାରୀଙ୍କୁ କାମ ଯୋଗାଇବା ପାଇଁ ବିକ୍ଷୋଭରେ ସାମିଲ ଶ୍ରମିକ ମାନେ ଦାବି କରିଥିଲେ । ଏହାଛଡା ଜିଲ୍ଲା ଶ୍ରମ ବିଭାଗ ବ୍ୟାପକ ବେଆଇନ କାର୍ଯ୍ୟ କରୁଥିବାବେଳେ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଉଠିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିକ୍ଷୋଭକାରୀ ଶ୍ରମିକ ମାନେ ସାତଦଫା ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ