ଗଣେଶ ପୂଜା ଅବସରରେ ଶିଶୁ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ବଡ଼ସାହି ଚଉରା ମଣ୍ଡପରେ ସେପ୍ଟେମ୍ବର ୧୩ ତାରିଖ ଦିନ ସନ୍ଧ୍ୟାରେ ଗଣେଶ ପୂଜା ଅବସରରେ ଶିଶୁ କଳାକାର ବୃନ୍ଦ ନୃତ୍ୟ ପରିବେଷଣ କରିଥିଲେ। ଲିକୁନ ପରିଡାଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଭୋଳ, ସମିତି ସଭ୍ୟାଙ୍କ ପ୍ରତିନିଧି ବିକ୍ରମ ଜେନା, ଶିକ୍ଷକ ବାପୁଜି ପରିଡା ଓ ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ସାସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ନାରାୟଣ ମହାନ୍ତି ପରିଚାଳନା କରିଥିବା ବେଳେ ୨୦ ଗୋଟି ଗୀତରେ ତାଳ ମିଳାଇ ବିଷ୍ଣୁଚକ୍ର ଗ୍ରାମର କୁନି କୁନି ଶିଶୁ କଳାକାର ବୃନ୍ଦ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ ଶିଶୁ କଳାକାର ବୃନ୍ଦଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ପ୍ରିୟଙ୍କା ବିଷୋୟୀ,ମନୋଜ ପରିଡ଼ା , ଭଗବାନ ପରିଡ଼ା , ମହେଶ୍ୱର ମହାନ୍ତି, ପ୍ରଭାକର ନାୟକ,ଓମ ଗ୍ରୁପର ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ