‘ଆଶୀର୍ବାଦ’ ଯୋଜନାରେ ତାଲା ପକାଇଲେ ସରକାର

ଭୁବନେଶ୍ୱର : କୋଭିଡ୍‌ରେ ବାପା, ମାଆଙ୍କୁ ହରାଉଥିବା ପିଲାମାନଙ୍କୁ ସହାୟତା ଯୋଗାଇବା ଲାଗି ‘ଆଶୀର୍ବାଦ’ ଯୋଜନା ଆଣିଥିଲେ ରାଜ୍ୟ ସରକାର । ତେବେ କରୋନାର ପ୍ରଭାବ ଶେଷ ହୋଇନଥିବା ବେଳେ,ସରକାର ଏହି ଯୋଜନାକୁ ବନ୍ଦ କରିଛନ୍ତି, ସେପଟେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି ଆର୍ଥିକ ସଂକଟ ଥିବାରୁ  ସରକାର ଏହାକୁ ବନ୍ଦ କରିଛନ୍ତି। ଜୁନ୍‌ରେ ଆରମ୍ଭ, ସେପ୍ଟେମ୍ବେରରେ ଶେଷ। ମାତ୍ର ୩ ମାସ ଭିତରେ ବନ୍ଦ ହୋଇଗଲା ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା । ଗତ ଜୁନ୍ ୨୦ରେ କୋଭିଡ୍‌ରେ ଅନାଥ ଶିଶୁଙ୍କ କଲ୍ୟାଣ ପାଇଁ ଆଶୀର୍ବାଦ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ସେପ୍ଟେମ୍ବେର ୧୩ରେ ମହିଳା ଓ ଶିଶୁ ବିକାଶ ବିଭାଗ, ସବୁ ଜିଲ୍ଲାପାଳମାନଙ୍କୁ ଲେଖିଥିଲେ ଚିଠି। ଯେଉଁଥିରେ କୁହାଯାଇଛି, କୋଭିଡ୍‌ରେ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ଆଉ ଏହି ସ୍କିମ୍‌ରେ ସାମିଲ କରନାହିଁ । ସେହିଭଳି ପିଲାମାନଙ୍କୁ ଏଣିକି ଚାଇଲ୍ଡ ପ୍ରୋଟେକସନ୍ ସ୍କିମ୍‌ରେ ସାମିଲ କରିବାକୁ କୁହଯାଇଛି । ଆଶୀର୍ବାଦ ଯୋଜନାରେ କୋଭିଡ୍‌ରେ ଅନାଥ ଶିଶୁଙ୍କୁ ମାସିକ ୨୫ ଶହ ଟଙ୍କା, ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମା ଜଣଙ୍କୁ ହରାଇଥିଲେ ମାସକୁ ୧୫ ଶହ ଟଙ୍କା, ଶିଶୁ ସୁରକ୍ଷା ପ୍ରତିଷ୍ଠାନରେ ରହିଲେ ମାସକୁ ୧ ହଜାର ଟଙ୍କା ସହାୟତା ସହ ଅନ୍ୟାନ୍ୟ ସୁବିଧା ଯୋଗଇ ଦେବାକୁ ବ୍ୟବସ୍ଥା ଥିଲା । ତେବେ ଏହି ସ୍କିମ୍ ହଠାତ୍ ବନ୍ଦ ହୋଇଯିବା ନେଇ ଉଠିଛି ପ୍ରଶ୍ନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ