ବାଇକ ଡିକି ଭାଙ୍ଗି ତିରିଶ ହଜ଼ାର ଟଙ୍କା ଲୁଟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବାଇକ ଡିକି ଭାଙ୍ଗି ତିରିଶ ହଜ଼ାର ଟଙ୍କା ଲୁଟ, ଏଟିଏମ ରୁ ତିରିଶ ହଜ଼ାର ଟଙ୍କା ଉଠାଇ ବାଇକ ଡିକି ରେ ରଖିଲେ lବଜ଼ାର ରେ ବାଇକ ରଖି କିଛି ଜିନିଷ ପତ୍ର କିଣୁଥିବା ବେଳେକେହି ଦୁର୍ବୁତ ଡିକି ଭାଙ୍ଗି ସବୁତକ ଟଙ୍କା ଲୁଟି ନେଲେ l ଏ ଭଳି ଅଭିଯୋଗ ଆସିଛି ଦାରିଙ୍ଗିବାଡି ଅଞ୍ଚଳ  ଅଭିଯୋଗ ପାଇ ତଦନ୍ତ କରୁଛି ପୋଲିସ l ସୂଚନା ଯୋଗ୍ୟ ଯେ, ଦାରିଙ୍ଗବାଡି ବ୍ଲକ  ଜାଗରମାହା ଗ୍ରାମର ହାରେନ ଡିଗାଲ ଏଟିଏମ ରୁ ତିରିଶ ହଜ଼ାର ଟଙ୍କା ଉଠାଇଲେ lତାକୁ ଡିକି ରେ ରଖି ପାଖ ଦୋକାନ ରୁ ଜିନିଷ ପତ୍ର କିଣିବା ବେଳେ କେହି ଦୁର୍ବୁତ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିବା ବିଷୟ ହାରେନ ଥାନା ରେ ଅଭିଯୋଗ କରିଛନ୍ତି l  ପୋଲିସ ଘଟଣା ର ତଦନ୍ତ କରୁଛି l ବ୍ୟାଙ୍କ ନିକଟ ରେ  ସିସିଟିଭି ଲାଗିଥିବାରୁ ପୋଲିସ ସିସିଟିଭି ଫୁଟେଜ ଆଣି ଯାଞ୍ଚ କରୁଛି lଏହି ଲୁଟ ରେ ଦୁଇଜଣ ଯୁବକ ସହ ଛୋଟ ପିଲା ସାମିଲ ଥିବା ଦେଖିବାକୁ ମିଳିଛି l ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ହେଲେ ଏଯାଏଁ କୌଣସି ସୁରାକ ପାଇନଥିବା ଜଣାପଡିଛି l ଏଣୁ ତଦନ୍ତକୁ ଜୋରଦାର କରି ଚଢ଼ାଉ କାର୍ଯ୍ୟ ଜାରୀ ରଖିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ