ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ ସ୍ଥାୟୀ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର , ଭୁବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳୀ ଭବନର ଏ-୧ ବ୍ଲକ,୭ମ ମହଲାରେ ଓଡିଶା ସ୍ଥାବର ସଂପତି ପୁନର୍ବିଚାର ନ୍ୟାୟାଧିକରଣ (ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ) ର ସ୍ଥାୟୀ କାର୍ଯ୍ୟାଳୟ ସୁପ୍ରିମ କୋର୍ଟର ବିଚାରପତି ନ୍ୟାୟମୂର୍ତି ବିନୀତ ସରଣଙ୍କ ଦ୍ୱାରା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟାମୂର୍ତି ଡଃ.ଏସ୍‌. ମୂରଲୀଧର ଏବଂ ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟମୂର୍ତି ଏସ୍‌.ସି.ପରିଜାଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଯାଇଛି ।
ପୂର୍ବରୁ ଏହି ରିଅଲ୍ ଇଷ୍ଟେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଗତବର୍ଷ ସେପ୍ଟେମ୍ବରରୁ ଚନ୍ଦ୍ରଶେଖରପୁରସ୍ଥିତ ଫର୍ଚ୍ୟୁନ୍ ଟାୱାରର ୪ର୍ଥ ମହଲାରେ କାର୍ଯ୍ୟ କରୁଥିଲା । ଏହି ଟ୍ରିବ୍ୟୁନାଲର କୋର୍ଟ କାର୍ଯ୍ୟ ନୂତନ କାର୍ଯ୍ୟାଳୟରେ ଆରମ୍ଭ ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ଚଳିତ ମାସ ୨୭ ତାରିଖରୁ ଏହା ନୂତନ କାର୍ଯ୍ୟାଳୟରେ ଆରମ୍ଭ କରାଯିିା
ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍ , ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ରାଧାକୃଷ୍ଣ ପଟ୍ଟନାୟକ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ,ପୂର୍ତ ବିଭାଗ କମିଶନର ତଥା ଶାସନ ସଚିବ ତଥା ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡା. କ୍ରିଷନ୍ କୁମାର, ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଭୁବନେଶ୍ୱର ମହାନଗର ନିଗମ କମିଶନର ସଂଜୟ କୁମାର ସିଂହ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କେ.ମିନା,ଇଡ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଚିତରଂଜନ ଦାଶ,ଆଡ୍‌ଭୋକେଟ୍ ଜେନେରାଲ, ଓଡିଶା ଅଶୋକ ପରିଜା ଏବଂ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ, ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଏହାର ଅର୍ବାନ ହାଉସିଂ ମିଶନ ଜରିଆରେ ଟ୍ରିବ୍ୟୁନାଲର ଏହି ସ୍ଥାୟୀ ନୂତନ କାର୍ଯ୍ୟାଳୟ ପ୍ରକୋଷ୍ଠଗୁଡିକର ନବୀକରଣ ପାଇଁ ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଓ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରିଥିଲେ ଏବଂ ଇଡ୍‌କୋ ତରଫରୁ କରୋନା ମହାମାରୀ ଲକ୍ ଡାଉନ୍‌, ସଟ୍ ଡାଉନ୍ ସ୍ଥିତିରେ ମଧ୍ୟ ନିର୍ମାଣ କାର୍ଯ୍ୟ ସୁଚାରୁରୂପେ ସଂପନ୍ନ କରାଯାଇଛି ।
ଏଣିକି ଏହି କୋର୍ଟରୁ ଆଇନ୍ ସହାୟତା ପାଇଁ ଅପେକ୍ଷାରତ ବ୍ୟକ୍ତି, ଆଇନଜୀବୀ, ସାଧାରଣ ଜନତା, ସରକାରୀ ଓ ବେସରକାରୀ ସଂସ୍ଥାର କର୍ତୃପକ୍ଷମାନେ ଟ୍ରିବ୍ୟୁନାଲର ନୂତନ ଠିକଣା-ଏ-୧ ବ୍ଲକ, ୭ମ ମହଲା, ତୋଷାଳୀ ଭବନ,ସତ୍ୟନଗର ଭୁବନେଶ୍ୱର,ଜିଲ୍ଲା-ଖୋର୍ଦ୍ଧା,ଓଡିଶା-ପିନ୍ -୭୫୧୦୦୭ ସହିତ ଇମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ