ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହେଲେ ମାଗି ପାରିବେ ଟେଷ୍ଟ୍ ବେଳର ରେକଡିଂ ଭିଡ଼ିଓ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରୁଥିବାବ୍ୟକ୍ତି ଯଦି ଡିଏଲ ଟେଷ୍ଟରେ ଫେଲ୍ ହେଉଛନ୍ତି, ସେମାନେ ନିଜର ଟେଷ୍ଟ ଭିଡିଓ ରେକର୍ଡିଂ ମାଗିପାରିବେ । ଏହାଦ୍ୱାରା ଲୋକମାନେ ଭିଡିଓ ଦେଖିବା ପରେ ନିଜର ଭୁଲ୍ ବିଷୟରେ ଅବଗତ ହୋଇପାରିବେ । ଅନେକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ଆବେଦନକାରୀମାନେ ଭିଡିଓ ଫୁଟେଜର ଏକ କପି ମାଗୁଛନ୍ତି । ଫଳରେ ଲୋକମାନେ ଫୁଟେଜ୍ ଦ୍ୱାରା ନିଜର ଭୁଲ୍ ବିଷୟରେ ଅବଗତ ହେବା ସହ ଡ୍ରାଇଭିଂ ସ୍କିଲରେ ସୁଧାର ଆଣିପାରିବେ । ଦିଲ୍ଲୀରେ ସ୍ଥାୟୀ ଲାଇସେନ୍ସ ପାଇଁ ଡ୍ରାଇଭିଂ ଟେଷ୍ଟର ଭିଡିଓଗ୍ରାଫି କୋର୍ଟର ଆଦେଶ ଅନୁସାରେ କରାଯାଇଥାଏ । ଏହି ସେବାକୁ ଆବେଦନକାରୀଙ୍କୁ ଏକ ରିଷ୍ଟ୍ରକ୍ଟ ଅନରିକ୍ୱେଷ୍ଟ ସୁବିଧା ଭାବେ ପ୍ରଦାନ କରାଯିବ । ମାତ୍ର ନୂଆ ଟେଷ୍ଟ ଫର୍ମାଟରେ ଲାଇସେନ୍ସିଂ ଇନ୍ସପେକ୍ଟର ଟେଷ୍ଟକୁ ଦେଖିବା ସହ ରେଜଲ୍ଟର ପ୍ରିଣ୍ଟି ଆଉଟ ଉପରେ ହସ୍ତାକ୍ଷର କରୁଥିବା ଜଣାପଡ଼ିଛି ।


