କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିଲେ ବିଭୁତି
ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ):ଶନିବାର ଦିନ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୁଷଣ ଜେନା ଦିଲ୍ଲୀ ଗ୍ରସ୍ଥ ର ଦ୍ୱିତୀୟ ଦିନରେ ଦକ୍ଷିଣ ଓଡିଶା ର ପ୍ରାଣ କେନ୍ଦ୍ର ତଥା ସର୍ବପୁରାତନ ବ୍ରହ୍ମପୁର ରେଳ ପଥ ର ଉନ୍ନତି କରଣ ଏବଂ ରକ୍ଷଣାବେକ୍ଷଣ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶି୍ୱନୀ ବୈଷ୍ଣବ ଙ୍କୁ ଭେଟିଛନ୍ତି । ସୁଚନା ଯୋଗ୍ୟ ଯେ ବ୍ରହ୍ମପୁର ରେଳ ଷ୍ଟେସନ ହେଉଛି ଦକ୍ଷିଣ ଓଡିଶା ର ସର୍ବପୁରାତନ ତଥା ହାୱଡା ଚେନ୍ନାଇ କୁ ସଂଯୋଗ କରୁଥିବା ରେଳପଥ । ଓଡିଶା ପ୍ରତିବର୍ଷ ପାଖାପାଖୀ ୧୪୦୦୦କୋଟି ରାଜସ୍ୱ ରେଳ ବିଭାଗ କୁ ଦେଇଥାଏ ସେଥିମଧ୍ୟରୁ ୧/୩ ଭାଗ ରାଜସ୍ୱ ବ୍ରହ୍ମପୁର ଦେଇଥାଏ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଅନ୍ୟ ଷ୍ଟେସନ ଗୁଡିକ ତୁଳନା ରେ ବ୍ରହ୍ମପୁର ଷ୍ଟେସନ ବହୁତ କମ୍ ସୁବିଧା ପାଇବା ସହ ଯାତ୍ରୀ ମାନଙ୍କ ପାଇଁ କୈାଣସି ଅଧିକା ସୁବିଧା ନଥିବା ଦର୍ଶାଇ କିଛି ଦାବୀ କେନ୍ଦ୍ର ମନ୍ତ୍ରୀ ଙ୍କ ନିକଟରେ ଶ୍ରୀ ଜେନା ରଖିଛନ୍ତି । ଆନ୍ଧ୍ରପ୍ରଦେଶ ପରେ ପ୍ରଥମ ଷ୍ଟେସନ ବ୍ରହ୍ମପୁର ହୋଇଥିବା କାରଣ ରୁ ଏଠାରେ ଓଡିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ , ଜନସତାବ୍ଦୀ ଏକ୍ସପ୍ରେସ ଭଳି ଟ୍ରେନ୍ ଗୁଡିକ ବ୍ରହ୍ମପୁର ଠାରୁ ଆରମ୍ଭ ହେବା ଦରକାର ଥିବା ବେଳେ କୋଚିଂ ଏବଂ ୱାସିଂ ସୁବିଧା ନଥିବା କାରଣରୁ ଟ୍ରେନ୍ ଗୁଡିକ ଭୁବନେଶ୍ୱର ରୁ ଚାଲୁ ଅଛି । ଅନେକ ଟ୍ରେନ୍ ବ୍ରହ୍ମପୁର ରୁ ବାହାରୁଥିଲେ ମଧ୍ୟ ୱାସିଂ ବ୍ୟବସ୍ଥା ନଥିବା କାରଣରୁ ପାଲାସା ରେ ରହଣି କରୁଛି । ତେବେ ବ୍ରହ୍ମପୁର ଷ୍ଟେସନ ଠାରୁ ମାତ୍ର ୫/୬ କିମି ଦୁରତ୍ୱରେ ଭୁତଳ ଜଳ ର ସୁବିଧା ଥିବା ଗୋଳନ୍ଥରା ଷ୍ଟେସନ ଠାରେ କୋଚିଂ କମ୍ପେ୍ଲକ୍ସ ଏବଂ ୱାସିଂ ବ୍ୟବସ୍ଥା କରାଗଲେ ଜନସାଧାରଣ ବହୁତ ଉପକୃତ ହେବେ ।ସେହିଭଳି ଭାବେ ବ୍ରହ୍ମପୁର ଷ୍ଟେସନ ଉତରପୂର୍ବ ରାଜ୍ୟ ସହ ଦକ୍ଷୀଣ ଓଡିଶା ର ସମ୍ପର୍କ ର ମାଧ୍ୟମ ଅଟେ । ଏଣୁ ରାଜ୍ୟର ଅଧିକାଂଶ ଆଦିବାସୀ ଜିଲ୍ଲା ଏହି ଷ୍ଟେସନ ଉପରେ ନିର୍ଭରଶୀଳ ରହୁଥିବା ଯୋଗୁଁ ଦିର୍ଘ ଦିନର ଦାବି ବ୍ରହ୍ମପୁର – ସମ୍ବଲପୁର ରେଳପଥ କାର୍ଯ୍ୟାରମ୍ଭ ଦାବୀ ଜଣାଇଥିଲେ । ସେହିଭଳି ଭାବେ ବ୍ରହ୍ମପୁର ତଥା ସମଗ୍ର ଗଞ୍ଜାମ ଜିଲ୍ଲା ର ଅଧିକାଂଶ ଲୋକ ସୁରଥ ରେ ବସବାସ କରୁଛନ୍ତି ।ଏଣୁ ଏମାନଙ୍କ ଯାତାୟତ ନିମନ୍ତେ ବ୍ରହ୍ମପୁର ଠାରୁ ସୁରଥ ମୁମ୍ବାଇ ସିଧାସଳଖ ଟ୍ରେନ ର ବ୍ୟବସ୍ଥା କରାଯାଉ । ତତ୍ ସହିତ ବ୍ରହ୍ମପୁର ଷ୍ଟେସନ ରେ ରିଟାୟରିଂ ରୁମ ର ବ୍ୟବସ୍ଥା କରାଯାଉ । ବହୁପୁରାତନ ଦାବୀ ଶିଳ୍ପାଂଚଳ ପାସେଞ୍ଜର ହଲ୍ଟ ଯାହାକି ବ୍ରିଟିସ ଅମଲରୁ ଥିଲା ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ । ଏଣୁ ଏଠାରେ ଏକ ପାସେଞ୍ଜର ହଲ୍ଟ ପ୍ରତିଷ୍ଠା ପାଇଁ ଦାବୀ ଜଣାଇଥିଲେ । ଅନ୍ୟ ଦାବୀ ଗୁଡିକ ମଧ୍ୟରେ ବ୍ରହ୍ମପୁର -ପୁରୀ , ବ୍ରହ୍ମପୁର – ଗୁଣପୁର ସିଧାସଳଖ ଟ୍ରେନ୍ ଚଳାଚଳ ପାଇଁ ଦାବୀ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ଙ୍କ ସହ କ୍ରିଷ୍ନା ରେଡ୍ଡୀ ପ୍ରମୂଖ ଉପସ୍ଥିତ ଥଲେ ।


