ବ୍ୟାଙ୍କ ସମ୍ମୁଖରୁ କର୍ମଚାରୀଙ୍କ ସ୍କୁଟି ଚୋରୀ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସଢ଼ାସ୍ଥିତ ଜନା ସ୍ମଲ ଫାଇନାସିଆଲ ବ୍ୟାଙ୍କ ସମ୍ମୁଖରୁ ସେହି ବ୍ୟାଙ୍କର ଜଣେ କର୍ମଚାରୀଙ୍କର ଏକ ସ୍କୁଟି ଚୋରୀ ହୋଇଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ବ୍ୟାଙ୍କର କର୍ମଚାରୀ ମଧୁସ୍ମିତା ସ୍ୱାଇଁ ଏଠାରେ ତିନିମାସ ହେଲା କାମ କରୁଛନ୍ତି । ବ୍ୟାଙ୍କ ଠାରୁ ପଚାଶ ମିଟର ଦୁରରେ ଘରଭଡା ନେଇ ରହିଥାନ୍ତି । ସେଠାରେ ସ୍କୁଟିଟିକୁ ରଖିବାର କୌଣସି ସୁବିଧା ନଥିବାରୁ ସେ ବ୍ୟାଙ୍କ ପରିସରରେ ଥିବା ପଞ୍ଚାୟତ ବାରଣ୍ଡାରେ ସ୍କୁଟିଟିକୁ ରଖିଥାନ୍ତି । ଗତ ୨୦ତାରିଖ ଦିନ ସେ ବ୍ୟାଙ୍କ ସମ୍ମୁଖ ବାରଣ୍ଡାରେ ଆକ୍ଟିଭା ସ୍କୁଟି ଟିକୁ ରଖି ଭଡାଘରକୁ ଆସିଥିଲେ । କିନ୍ତୁ ସେହିଦିନ ରାତିରେ କେହି ଦୁର୍ବୁତ ସ୍କୁଟିଟିକୁ ଚୋରୀ କରିନେଇଥିଛନ୍ତି । ପରଦିନ ସକାଳୁ ଏବାବଦରେ ଜାଣିବାପରେ ମଧୁସ୍ମିତା ଏନେଇ ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଥାନା କେସନଂ ୯୧/୨୦୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରଛିି ।