ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

ହାଟଡିହି, (ବିକାଶ ବିଶ୍ୱାଳ ) : ଆନନ୍ଦପୁର-ଭଦ୍ରକ ରାସ୍ତାର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ଆଜି ସନ୍ଧ୍ୟା ୬ଟାବେଳେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଇଞ୍ଚୋଳ ଗ୍ରାମର ଦେବବ୍ରତ ଯେନା ନିଜ ଶ୍ୱଶୁର ଘର ବସନ୍ତିଆକୁ ଆସିଥିବାବେଳେ ଏକ ବୁଷଳଟ ଯୋଗେ ବସନ୍ତିଆରୁ ମୈଗାଁ ଛକ ଆଡକୁ ଆସୁଥିବା ସମୟରେ ସମ୍ମୁଖକୁ ଏକ ସାଇକେଲ ଆରୋହୀ ଆସିବାରୁ ଭାରସାମ୍ୟ ହରାଇ ସେ ତଳେ ପଡିଯାଇ ଗୁରୁତର ହୋଇଥିଲେ । ରକ୍ତ ଯୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ହାଟଡିହି ଦମକଳ ସାହାଯ୍ୟରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ