ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ପକ୍ଷରୁ ସ୍ୱଚ୍ଛତା ଓ ସମାଜସେବା କାର୍ଯ୍ୟକ୍ରମ ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ନିର୍ବାଚନମଣ୍ଡଳୀ ପକ୍ଷରୁ ଏହି ସମାଜସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ସହଯୋଗରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବଦ୍ୟିାଳୟ ପରିସର ରେ ସ୍ୱଚ୍ଛତା କାର୍ଯ୍ୟ କରି ଶ୍ରମଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିମଳ କୁମାର ପଣ୍ଡା, ଯୁବ ବିଜେଡି ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ଆଦିକନ୍ଦ ସେଠୀ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ ଓ ବଟକୃଷ୍ଣ ପଣ୍ଡା, ଛତ୍ରପୁର ଏନ୍ଏସି ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ବିଜୁ ଆଇନ ସମ୍ମୁଖ୍ୟର ସଭାପତି ସୁରେଶ ପଣ୍ଡା, ସାଧାରଣ ସଂପାଦକ ଏଲ୍.ଗୋପାଳ ରାଓ, ଉପସଭାପତି ଅହିଭୂଷଣ ସାହୁ , ସିମାଞ୍ଚଳ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଛତ୍ରପୁର ବ୍ଲକ ବିଜେଡିର ପୂର୍ବତନ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ରାଜେଶ କୁମାର ସାହୁ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ମନୋଜ କୁମାର ପାଢି, ପୂର୍ବତନ ଛତ୍ରପୁର ଏନଏସିର ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେର.ସନମୁଖ ପଟ୍ଟନାୟକ ଙ୍କ ସମେତ ବହୁ ଦଲୀୟ ନେତା ଓ କର୍ମୀ ମାନେ ଯୋଗଦେଇ ଶ୍ରମଦାନ କରିଥିଲେ ।


