ପରିଷ୍କାର ଓ ସ୍ୱଚ୍ଛତା ପାଇଁ ତିନି ବ୍ଲକ ସିଆରସିସିଙ୍କୁ ତାଲିମ

ବୁଗୁଡା, (ଅନିଲ ମହାରଣା)ବିଦ୍ୟାଳୟ ପରିସର ପରିଷ୍କାର ଓ ସ୍ୱଚ୍ଛତା ରଖିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକ କିପରି ପରିଷ୍କାର ଓ ସ୍ୱଚ୍ଛତା ରହିପାରିବ ସେଥିପାଇଁ ରାଜ୍ୟ ସରକାର ବେଶ ଗୁରୁତ୍ୱ ଦେଉଥିବା ଦେଖାଦେଇଛି। ବିଭିନ୍ନ ବ୍ଲକରେ ସ୍ମାର୍ଟ କ୍ଳାସ ସ୍କୁଲ ପ୍ରତିଷ୍ଠା କରି ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକର ପରିଷ୍କାର ଓ ସ୍ୱଚ୍ଛତା ପାଇଁ ବୁଗୁଡା ସହରର ଶ୍ରୀ ବିରଞ୍ଚିନାରାୟଣ ସରକାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅକ୍ଟୋବର ୦୧ ତାରିଖ ଦିନ ପୋଲସରା, ବୁଗୁଡା ଓ ଜଗନ୍ନାଥ ପ୍ରସାଦ ୩ ଟି ବ୍ଲକର ୩୬ ଜଣ ସିଆରସିସି ମାନଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଆୟୋଜନ ହୋଇଥିଲା। ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତାଲିମ କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପୋଲସର ଏବିଇଓ ସ୍ୱରୂପ କୁମାର ପାତ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ବରିହା ଅଧ୍ୟକ୍ଷତା କରିଥିଲେ। ସାଧନ କର୍ମୀ ଭାବେ ଅନିଲ କୁମାର ବେହେରା ଯୋଗଦେଇ ପୋଲସରା ବ୍ଳକର ୧୧ ଜଣ, ବୁଗୁଡା ବ୍ଲକର ୧୧ ଜଣ ଓ ଜଗନ୍ନାଥ ପ୍ରସାଦ ବ୍ଲକର ୧୪ ଜଣ ସିଆରସିସିଙ୍କୁ ପରିଷ୍କାର ଓ ସ୍ୱଚ୍ଛତା ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ। ସମସ୍ତ ତାଲିମପ୍ରାପ୍ତ ସିଆରସିସି ମାନେ ସେମାନଙ୍କ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ