ବିଶ୍ୱର ଦୀର୍ଘତମ ଯୁଦ୍ଧ

ନେଦରଲାଣ୍ଡ ଏବଂ ସିଲ୍ଲୀ ଦ୍ୱୀପପୁଞ୍ଜ – ଏହି ଦୁଇଟି ଦେଶ ୧୬୫୧ରୁ ୧୯୮୬ ମସିହା ଧରି ଦୀର୍ଘ ୩୩୫ ବର୍ଷ କାଳରେ ଯୁଦ୍ଧରେ ଲିପ୍ତ ଥିଲେ । ଏହା ଅବିଶ୍ୱାସ୍ୟ ହେଲେ ହେଁ ସତ । ଆଶ୍ଚର୍ଯ୍ୟର କଥା – ଏହି ଯୁଦ୍ଧରେ କେହି ମୃତାହତ ହୋଇ ନାହାନ୍ତି । ୧୬୫୧ ମସିହା ମାର୍ଚ୍ଚ ୩୦ ତାରିଖରେ ନେଦରଲାଣ୍ଡର ଆଡମିରାଲ ମାର୍ଟିନ୍ ଟ୍ରମ୍ପ ସିଲ୍ଲୀ ଦ୍ୱୀପପୁଞ୍ଜ ଉପରେ ଯୁଦ୍ଧ ଘୋଷଣା କଲେ । ଏଥି ନିମନ୍ତେ ବାରଟି ଯୁଦ୍ଧ ଜାହାଜ ପଠାଗଲା । ଜୁନ୍ ମାସରେ ସିଲ୍ଲୀ ଦ୍ୱୀପ ଆତ୍ମସମର୍ପଣ କଲା ପରେ ନେଦରଲାଣ୍ଡ ସେନାବାହିନୀ ଶାନ୍ତି ଘୋଷଣା ନ କରି ସ୍ୱଦେଶ ଫେରି ଆସିଲେ । ୧୯୮୫ ମସିହାରେ ସିଲ୍ଲୀର ଜଣେ ଐତିହାସିକ ରୟ ଡନକାନ୍ ଯୁଦ୍ଧ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ନେଦରଲାଣ୍ଡ ଦୂତାବାସକୁ ପତ୍ର ଲେଖିଲେ । ପୁରୁଣା ଦସ୍ତାବିଜରୁ ଜଣାପଡିଲା – ଯୁଦ୍ଧ ସମାପ୍ତ ହୋଇଥିଲେ ହେଁ ସରକାରୀ ସ୍ତରରେ ଶାନ୍ତି ଘୋଷଣା କରାଯାଇନାହିଁ । ଡନକାନ ତୁରନ୍ତ ନେଦରଲାଣ୍ଡର ରାଷ୍ଟ୍ରଦୂତ ରେନ୍ ହୁଡ୍‌କର୍ପଙ୍କୁ ସିଲ୍ଲୀ ଆମନ୍ତ୍ରଣ କଲେ । ୧୯୮୬ ମସିହା ଏପ୍ରିଲ ୧୭ ତାରିଖରେ ଶାନ୍ତି ପ୍ରସ୍ତାବରେ ଦୁଇ ଦେଶ ମୋହର ମାରିବା ପରେ ଯୁଦ୍ଧର ପରିସମାପ୍ତି ଘଟିଲା । ଏହି ଅବସରରେ ନେଦରଲାଣ୍ଡର ଦୂତ ହାସ୍ୟଛଳରେ କହିଥିଲେ-ଯୁଦ୍ଧ ଜାରି ରହିଛି ଏହା ଜାଣିଥିଲେ, ଯେ କୌଣସି ମୁହୂର୍ତ୍ତରେ ସିଲ୍ଲୀ ଦ୍ୱୀପପୁଞ୍ଜକୁ ଆମେ ଅକ୍ତିଆରକୁ ନେଇପାରିଥାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ