ଟ୍ରାଫିକ୍ ସମସ୍ୟା ନେଇ ରାସ୍ତାକଡ ପରିବା ବିକାଳି ଉପଙ୍କୁ ତାଗିତ୍

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ସହର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା ଦିନକୁ ଦିନ ଟ୍ରାଫିକ ସମସ୍ୟାର ବୃଦ୍ଧି ପାଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ଛୋଟ ଛୋଟ ବେପାରୀମାନେ ପନିପରିବା ବ୍ୟବସାୟ କରୁଥିବା ବେଳେ ପ୍ରବଳ ମାତ୍ରାରେ ଭିଡ ଜମି ରହୁଅଛି । ଏଣୁ ସେହି ରାସ୍ତାରେ ସକାଳ ୭ ଟାରୁ ଅପରାହ୍ନ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ରହୁଛି । ବାରମ୍ବାର ବ୍ୟବସାୟୀମାନଙ୍କୁ ତାଗିଦ୍ କରାଯିବା ପରେ ମଧ୍ୟ ଟ୍ରାଫିକ ସମସ୍ୟାରେ ସୁଧାର ଆସୁନାହିଁ । ଏଣୁ ବୁଧବାର ସକାଳ ସାଢେ ୭ଟାରେ ପୁଲିସ ଓ ଏନ୍‌ଏସି ପକ୍ଷରୁ ଚଢାଉ ହୋଇଥିଲା । ସଂପୂର୍ଣ୍ଣ ଟ୍ରାଫିକ ଜାମ କରି ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ୨ ହଜାର ଜରିମାନା ଆଦାୟ କରାଯାଇଥିବା ବେଳେ ମାଛବଜାରରେ ପଲିଥିନ୍ ବ୍ୟବହାର ଉପରେ ଚଢାଉ କରି ଜଣେ ମାଛ ବେପାରୀଙ୍କ ଠାରୁ ୧ ହଜାର ଜରିମାନା ଆଦାୟ ହୋଇଥିଲା । ଏଥିସହ ରାସ୍ତା କଡରେ ପନିପରିବା ବ୍ୟବସାୟୀମାନଙ୍କୁ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାର ନିକଟରେ ଥିବା ସ୍ଥାୟୀ ପନିପରିବା ବଜାରରେ ହୋଲ୍‌ସେଲ୍ ପନିପରିବା ଓ ବଡ ବେପାରୀମାନେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୁଦ୍ର ପନିପରିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ କମ୍ ମୂଲ୍ୟରେ ସମସ୍ତ ପନିପରିବା ଗୁଡିକୁ ହାତେଇବାକୁ ଚେଷ୍ଟା କରୁଥିବା ବ୍ୟବସାୟୀମାନଙ୍କୁ ତାଗିଦ୍ କରାଯାଇଛି । ଏହି ଚଢାଉ ଏବଂ ସଚେତନତା କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ଏନ୍‌ଏସିର ଏସ୍‌ଆଇ ଗୌରହରୀ ପଣ୍ଡା, ଏସ୍‌.ଦାଲେୟା ରେଡ୍ଡି ଓ ଯୁଗଳ କିଶୋର ଦାଶ, ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି, ଛତ୍ରପୁର ଏନ୍‌ଏସିର ଆଇନ ପରାମର୍ଶଦାତା ବି.ଶ୍ରୀନିବାସ, ଓକିଲ ସଂଜୟ କୁମାର ବେହେରା, ଚୈତନ୍ୟ ପ୍ରଧାନ, ସୁରେଶ ଚନ୍ଦ୍ର ସେନାପତି ଏବଂ ଏନ୍‌ଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ