ନିର୍ଭୟ ସମ୍ପାଦକଙ୍କ ପୁତ୍ର ବିୟୋଗରେ ଗଜପତି ସାମ୍ବାଦିକମାନଙ୍କ ତରଫରୁ ଶୋକସଭା

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ନିର୍ଭୟ ସମ୍ପାଦକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ସ୍ୱର୍ଗତ ମନିଷଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ମହମବତୀ ପ୍ରଜ୍ୱଳନ କରାଯାଇଥିଲା । ଏହା ସହ ଓଡିଶା ପୋଲିସ ସ୍ୱର୍ଗତ ମନିଷଙ୍କ ମୃତ୍ୟୁର ରହସ୍ୟ ଉପରୁ ତୁରନ୍ତ ପରଦା ହଟାଇବା ସହ ନବୀନ ଦାସଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ କରନ୍ତୁ ବୋଲି ଦାବି ହୋଇଛି । ଏପରିକି କେବଳ ସାମ୍ବାଦିକ ହତ୍ୟା, ଧମକ, ମାଡ ଓ ବିପଦର ସମ୍ମୁଖୀନ ହେଉଥିବା ସମଗ୍ର ଓଡିଶାରେ ପୂର୍ବରୁ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ସାମ୍ବାଦିକମାନଙ୍କ ପରିବାରକୁ ଟାର୍ଗେଟ କରାଯିବାକୁ ନେଇ କଡାକଡି ଆଇନ ବ୍ୟବସ୍ଥା ଲାଗୁ କରିବା ପାଇଁ ମତ ପ୍ରକାଶ ପାଇଛି । ଏହି ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢୀ, ଗଣେଶ ରାଜୁ, କୃଷ୍ଣକମାର ବେହେରା, ଆଦର୍ଶ ଦାଶ, ବାସୁଦେବ ଦାସ, ହରିହର ପଟ୍ଟନାୟକ, ରାମଗୋବିନ୍ଦ ଆଚାର୍ଯ୍ୟ, ଏସ୍‌.ରୁଷୀ, ଦିଲ୍ଲିପ କୁମାର ଶତପଥି, ବସନ୍ତ ପଣ୍ଡା, ସନ୍ତୋଷ କୁମାର ପାଟ୍ଟଯୋଶୀ, ଶିବ ପ୍ରସାଦ ପାଣିଗ୍ରାହୀ, ଗିରିଧାରି ପରିଛା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ