ଆମେରିକାରେ ଫ୍ଲୋରିଆ ପରିବାର ତରଫରୁ ଶାରଦୀୟ ଦୁର୍ଗା ପୂଜା

ଗଂଜାମ, (ବିନୋଦ ପଲେଇ):ଆମେରିକାର ଫ୍ଲୋରିଡା ରାଜ୍ୟର ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କ ଅନୁଷ୍ଠାନ “ଫ୍ଲୋରିଆ ” ତରଫର ଟାମ୍ଫା ସହରରେ ଆୟୋଜିତ ଭବ୍ୟ ଶାରଦୀୟ ଦୁର୍ଗାପୂଜା ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଆୟାପ୍ପା ମନ୍ଦିର ରେ ଚଳିତ ମାସ ଏଗାର ତାରିଖରୁ ଆରମ୍ଭ ହୋଇଥିଲା ଏହି ପୂଜା । ଓଡ଼ିଶାରେ ପ୍ରଚଳିତ ସମସ୍ତ ରତିନୀତି ଅନୁଯାୟୀ ଏହା ପାଳନ କରାଯାଇଥିଲା ନିଜ ଦେଶରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ପୂଜା ସାମଗ୍ରୀ, ଏବଂ ପୂଜା ପଦ୍ଧତିକୁ ବିଦେଶରେ ଅନୁଭବ କରି ଶ୍ରଦ୍ଧାଳୁ ମାନେ ଚକିତ ହୋଇଥିଲେ । ଏହି ଆୟୋଜନ ମାଧ୍ୟମରେ ଓଡ଼ିଶାର ପରମ୍ପରା ଐତିହ୍ୟ ତଥା ବର୍ତ୍ତମାନକୁ ଅନ୍ୟ ମାନଙ୍କ ପାଖରେ ପହଞ୍ଚିବାରେ ସଫଳ ପ୍ରୟାସ କରିଛି ଫ୍ଲୋରିଆ ପରିବାର। ଫ୍ଲୋରିଆ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟ ସଦସ୍ୟଙ୍କ ସହଯୋଗରେ ସରକାରଙ୍କ କୋଭିଡି ନିୟମ ଅନୁସାରେ ଏହା ସୁଚାରୁରୂପେ ଆୟୋଜିତ ହୋଇଥିଲା ଏହା ଦେଖିବା ପାଇଁ ଟାମ୍ପା ସହର ବ୍ୟତିତ Orlando ତଥା ଅନ୍ୟ ସହରରେ ରହୁଥିବା ଅନ୍ୟାନ୍ୟ ପ୍ରବାସୀ ଭାରତୀୟ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ