ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତରେ ସ୍କୁଲ ପରିଚାଳନ କମିଟି ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ରାଜୀବ ସେବା କେନ୍ଦ୍ର କାଯ୍ୟାଳୟରେ ପଞ୍ଚାୟତ ସରପଞ୍ଚଙ୍କ ଅନୁପସ୍ଥିତରେ କାଯ୍ୟନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ନଂ ୯୧୫୩ /୨୧ ,ତା-୨୮/୦୯/୨୦୨୧ ପ୍ରକାରେ ଓଡ଼ିଶାର ସମସ୍ତ ସ୍କୁଲରେ ସ୍କୁଲ ପରିଚାଳନା କମିଟି ଏବଂ ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି ଗଠନ କରିବା ନିମନ୍ତେ ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ମଧ୍ୟରେ ସମ୍ପାଦନ କରିବା ନିମନ୍ତେ ନିର୍ଦେଶ ଆସିଥିବା ବେଳେ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତରେ ଏହାକୁ କାଯ୍ୟକାରୀ କରିବା ନିମନ୍ତେ ପଞ୍ଚାୟତରେ ସମସ୍ତ ପ୍ରଧାନ ଶିକ୍ଷକ ,ୱାର୍ଡ ସଦସ୍ୟ,ସଦସ୍ୟା ,ଅଙ୍ଗନବ୍ବାଡ଼ି କର୍ମୀ ,ସ୍ୱୟଂ ସହାୟକ ଗୋଷ୍ଠି ର ଏମବିକେ,ସିଆରପି ମାନଙ୍କୁ ନେଇ ବୈଠକ ହେବା ସହ ସ୍କୁଲ ପରିଚାଳନା କମିଟି ଗଠନର ସମସ୍ତ ନିର୍ଦେଶନାମା ଏବଂ କେଉଁମାନେ କମିଟିରେ ରହିବେ ,କିପରି ଭାବରେ କମିଟି ଗଠନ ହେବ ସେ ଉପରେ ବିସ୍ତୁତ ଭାବେ ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡା ବୁଝାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ବନଯୋଷ୍ଣା ଦାଶ ,ନୋଳିନୁଆଗାଁ ସ୍କୁଲର ସହ-ଶିକ୍ଷକ ସୁବାସ ଚନ୍ଦ୍ର ମଲ୍ଲିକ , ଏମବିକେ ମିତାଞ୍ଜଳି ଗୌଡ଼ ,ରଜନୀ ଦାସ ,ଭାରତୀ ବେହେରା ,ଏଙ୍ଗ.ସୁକୁମାରୀ, ଝୁମୁରି ଗୌଡ଼ ,ଶର୍ମିଷ୍ଠା ପଲେଇ ,ନର୍ମଦା ଗୌଡ଼ ପ୍ରଭୁତି ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ