ଗଜପତି ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ପକ୍ଷରୁ କଲର ବେଲ୍ଟ ପ୍ରମୋସନ୍ ଟେଷ୍ଟ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ପକ୍ଷରୁ କଲର ବେଲ୍ଟ ପ୍ରୋମସନ୍ ନିମନ୍ତେ ଟେଷ୍ଟ ଆଜି ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୯୫ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ବ୍ଲାକଷ୍ଟ୍ରିପ୍ ୪ଜଣ, ରେଡ୍ ବେଲ୍ଟରେ ୧୧ଜଣ, ବ୍ଲ୍ୟୁ ବେଲ୍ଟରେ ୨୨ଜଣ, ଗ୍ରୀନ ବେଲ୍ଟରେ ୨୮ଜଣ ଓ ୟେଲୋ ବେଲ୍ଟରେ ୩୦ଜଣ ଉତ୍ତୀର୍ଣ୍ଣ ହୋଇଥିବାର ଜଣାପଡିଛି । ଏହି ଟେଷ୍ଟରେ ବ୍ରହ୍ମପୁର ତାଇକୋଣ୍ଡୁ ଏସୋସିଏସନ୍‌ର ସତ୍ୟନାରାୟଣ ତ୍ରୀପାଠୀ, ଗଣେଶଚନ୍ଦ୍ର ମହାପାତ୍ର ଉପସ୍ଥିତଥିଲେ । ଗଜପତି ଜିଲ୍ଲା ତାଇକୋଣ୍ଡୁ ସଭାପତି କାର୍ତ୍ତୀକ ଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଟେଷ୍ଟରେ ତାଇକୋଣ୍ଡୁ ପ୍ରଶିକ୍ଷକ ନାଗେଶ୍ୱର ମହାପାତ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ