ସ୍ତ୍ରୀକୁ ଆକ୍ରମଣ କରିଥିବା ସ୍ୱାମୀ ଗିରିଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧା ଗ୍ରାମରେ ନିଜ ସ୍ତ୍ରୀଙ୍କୁ ପଥରରେ ମାରି ଗୁରୁତର କରିଥିବା ଘଟଣାରେ ଆଜି ଶନିବାର ଦିନ ସ୍ୱାମୀ ତଥା ଅଭିଯୁକ୍ତ ଏସ୍‌.ନରେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । କାଶୀନଗର ଥାନା ସୂତ୍ରରୁ ପ୍ରକାଶ ଯେ, ମିନି ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଏସ୍‌.ସୁଜାତା ସେତାଙ୍କ କାର୍ଯ୍ୟନିର୍ବହ କରୁଥିବା ସମୟରେ ତାଙ୍କ ସ୍ୱାମୀ ସେଠାରେ ପହଂଚି ଏକ ପଥର ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ସୁଜାତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀର ବହୁ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଏନେଇ ସୁଜାତା କାଶୀନଗର ଥାନାର ଦ୍ୱାରସ୍ତ ହୋଇଥିଲେ । ଅଭିଯୋଗୁ ମୁତାବକ ଆଜି ଅଭିଯୁକ୍ତ ସ୍ୱାମୀ ନରେଶଙ୍କୁ କାଶୀନଗର ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଥିବାର ଜଣାପଡିଛି । ଏନେଇ କାଶୀନଗର ଥାନାରେ ୧୧୩/୨୧େରେ ଏକ ମାମଲା ରୁଜୁ ମଧ୍ୟ ହୋଇଥିବାର ଥାନା ଅଧିକାରୀ ସୁଜିତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ