ହୁମର ଗ୍ରାମ ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ; ୧୨୧ ୟୁନିଟ୍ ରକ୍ତ ସଂଗ୍ରହ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକ ଅନ୍ତର୍ଗତ ହୁମର ଗ୍ରାମ ଠାରେ ରବିବାର ଗଞ୍ଜାମ ଜିଲ୍ଲା ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କ ସଂଯୋଜନାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ସୁବାସ ମହାରଣା, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା , ଛାତ୍ର ବିଜେଡି ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ବିଜେଡିର ଜିଲ୍ଲା ସଂପାଦକ ଜ୍ୟେସ୍ନା ପାଢୀ, ମହିଳା ନେତ୍ରୀ ଟି. ପ୍ରେମାଞ୍ଜଳୀ, ସମ୍ପାଦକ ଏସ୍‌. ରାଜେଶ୍ୱରୀ ଦୋରା, ବିଜେଡି ଜିଲ୍ଲା ସମ୍ପାଦକ ଜଗନ୍ନାଥ ସାବତ, ମିଡିଆ ସେଲ୍ ର ସୁରେଶ ଚନ୍ଦ୍ର ତ୍ରିପାଠୀ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ପୂର୍ବତନ ଛାତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ କାଉନସିଲର ବି. ରାଜିବାବୁ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଏବଂ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ଛାତ୍ର ବିଜୁ ଜନତା ଦଳ ର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ