ଟେନସା ୟୁନିଟ କୁ ମାନବ ସମ୍ବଳ ଉତ୍କର୍ଷ ଏବଂ ସୁରକ୍ଷା ପୁରସ୍କାର
ଯୋଡ଼ା, (ସମୀର କୁମାର ଦାସ) : ଇସ୍ପାତ ଉତ୍ପାଦନ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ବଡ଼ବିଲ ଏବଂ ଟେନସା ୟୁନିଟ କୁ ମାନବ ସମ୍ବଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନଏବଂ କାର୍ଯ୍ୟକ୍ଷେତ୍ରସୁରକ୍ଷା ପାଇଁ ନେଇଥିବା ନୂତନ ପଦକ୍ଷେପ ଯୋଗୁଁ ଜିଓମାଇନଟେକ ପୁରସ୍କୃତ କରିଛି I ଭୁବନେଶ୍ୱର ଠାରେ ଶନିବାର ଅନୁଷ୍ଠିତ ଏକ କର୍ମଶାଳାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି I ବଡ଼ବିଲ ଠାରେ ଥିବା ପେଲେଟ ପ୍ଲାଣ୍ଟ, ମାନବ ସମ୍ବଳ ରେ ସର୍ବୋତ୍ତମ ଯୋଜନା, କାର୍ଯ୍ୟକାରିତା, କର୍ମଚାରୀ ଭାବ ଆଦାନପ୍ରଦାନ, କାର୍ଯ୍ୟ କ୍ଷେତ୍ରରେ ସମୟାନୁବର୍ତ୍ତିତା, ପାରଦର୍ଶିତା ଏବଂ କମ୍ପାନୀର ବ୍ୟବସାୟ ଭିତ୍ତିକ ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନିୟମାବଳୀ କୁ କାର୍ଯ୍ୟକ୍ଷମ ଏବଂ ସଫଳତାର ସହ ରୂପାୟନ କରାଇଥିବା ଯୋଗୁଁ ‘ମାନବ ସମ୍ବଳ ଉତ୍କର୍ଷତା-2020’ ପୁରସ୍କାର ଲାଭ କରିଛି I ଏହା ସହ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ସମୟାନୁପଯୋଗୀ ହୋଇ ସର୍ବୋଚ୍ଚ ତଥା ସତର୍କତାମୂଳକ ପଦକ୍ଷେପ ନେବା ଏବଂ ‘ବିପଦ ଶୁନ୍ୟ’ ତଥା ‘ନିରାପଦ’ କାର୍ଯ୍ୟସ୍ଥଳୀ ସୃଷ୍ଟି କରି ପାରିଥିବା ଯୋଗୁଁ କମ୍ପାନୀର ଏହି ପ୍ଲାଣ୍ଟ କୁ ସୁରକ୍ଷା ଉତ୍କର୍ଷତା ପୁରସ୍କାର -2020 ପ୍ରଦାନ କରାଯାଇଛି I ଏହି ଅବସରରରେ ବଡ଼ବିଲ ପ୍ଲାଣ୍ଟ ମାନବ ସମ୍ବଳ ମୁଖ୍ୟ ଶ୍ରୀ ଶରତ କିଶୋର ପଣ୍ଡା ଙ୍କୁ କୋଭିଡ ପ୍ରତିରୋଧ ଏବଂ ନିୟମାବଳୀ ର ସୁପରିଚାଳନା ତଥା ମାନବ ସମ୍ବଳ କ୍ଷେତ୍ରରେ ପାରଦର୍ଶିତା ପାଇଁ ‘ବେଷ୍ଟ କର୍ପୋରେଟ ମ୍ୟାନେଜମେଣ୍ଟ ଇନୋଭେଟିଭ ପୁରସ୍କାର -2020’ ପ୍ରଦାନ କରାଯାଇଛି I ସେହିପରି ଭାବରେ ସୁନ୍ଦରଗଡ଼ ଜିଲ୍ଲା ର ଟେନସା ଠାରେ ଥିବା କମ୍ପାନୀର ଟି ଆର ବି ଲୌହ ଖଣି କୁ ମାନବ ସମ୍ବଳ, ସାମାଜିକ ଉତ୍ତରଦାୟିତ୍ୱ ବୋଧ, ପରିବେଶ ସୁରକ୍ଷା, ଖଣି ସୁପରିଚାଳନା, ସ୍ୱାସ୍ଥ୍ୟ, ସୁରକ୍ଷା ରେ ଉତ୍କର୍ଷତା ଏବଂ ଉତ୍ତମ କୋଭିଡ ପରିଚାଳନା ପାଇଁ ଗୋଲଡେନ ରେନବୋ ପୁରସ୍କାର 2020-21 ରେ ସମ୍ମାନିତ କରାଯାଇଛି I ଏତଦବ୍ୟତୀତ ଟେନସା ଖଣି ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର ଙ୍କୁ ଇନୋଭେଟିଭ ଲିଡରସିପ ଏକଶିଲେନ୍ସ ପୁରସ୍କାର 2020-21 ପ୍ରଦାନ କରାଯାଇଛି I ଏହି ଅବସରରରେ ବିଚାରକ ମଣ୍ଡଳୀ ତଥା ଉପସ୍ଥିତ ସମସ୍ତ ସୁଧୀଜନ ଙ୍କୁ ଧନ୍ୟବାଦ ଦେଇ ଶ୍ରୀ ପାତ୍ର କହିଲେ, “ଏହି ପୁରସ୍କାର ପାଇଁ ଆମେ ଗର୍ବିତ ଯାହାକି ଆମ କାର୍ଯ୍ୟସ୍ଥଳ କୁ ଆହୁରି ଅଧିକ ଉଚ୍ଚକୋଟୀର କରି କର୍ମଚାରୀ ମାନଙ୍କୁ ନୂତନ ଉଦ୍ଭାବନ ଭିତ୍ତିକ କାର୍ଯ୍ୟ କରାଇବା ପାଇଁ ପ୍ରେରଣା ଦେବ ଏବଂ ଏକ ସୁସ୍ଥ ବାତାବରଣ ସୃଷ୍ଟି କରି ଆମ ପ୍ଲାଣ୍ଟ କୁ ସବୁଠାରୁ ଭଲ ଏବଂ ଉତ୍ତମ କାର୍ଯ୍ୟସ୍ଥଳୀ କରିବାରେ ସହାୟକ ହେବ I ଏହି କାର୍ଯ୍ୟକ୍ରମରେ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ର; ଆର ଆଇ ଏ ଏଲ ସିଏମଡି ଶ୍ରୀ ଦୀପେନ୍ଦ୍ର ସିଂ; ହିନ୍ଦୁସ୍ତାନ ଜିଙ୍କ ସିଇଓ ଶ୍ରୀ ଅରୁଣ ମିଶ୍ର ଙ୍କ ସମେତ ବହୁ କମ୍ପାନୀ ମାନଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ I


