ଏବିଭିପି ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର ଉପସ୍ଥିତ ରହି ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରିଥିଲେ l ଏଥିରେ ନଗର ସଭାପତି ଭାବେ ଅନନ୍ତ ଅନୁରୂପ ବେହେରା, ନଗର ସମ୍ପାଦକ ଯୋଗେସ ପ୍ରଧାନ, ନଗର ସହ ସମ୍ପାଦିକା ସାନିଆ ନାୟକ,ସହ ସମ୍ପାଦିକା ପୁଷ୍ପାଞ୍ଜଳି ନାୟକ, ନଗର ଜନଜାତି କାର୍ଯ୍ୟ ପ୍ରମୁଖ ରିତିକ ଦିଗଲ, ସୋସିଆଲ ମିଡ଼ିଆ ପ୍ରମୁଖ ନିରଞ୍ଜନ ପ୍ରଧାନ, ଆରକେଏମ ପ୍ରମୁଖ ଶୁଭସ୍ମିତା ପ୍ରଧାନ, ସ୍ପୋର୍ଟସ ପ୍ରମୁଖ ଅମରାନନ୍ଦ ପ୍ରଧାନ, ଏସଏଫଏସ ପ୍ରମୁଖ ଅଭୟ ପ୍ରଧାନ ଛାତ୍ର ସନ୍ଦେଶ ପ୍ରମୁଖ ଅମିସା ନାୟକ, ଏସଏଫଡି ପ୍ରମୁଖ ବଳରାମ ପ୍ରଧାନ, ସିଡିଡି ପ୍ରମୁଖ ଆଦିତ୍ୟ ନାୟକ, ପରିଷଦ ପାଠଶାଳା ପ୍ରମୁଖ ମହେଶ ପ୍ରଧାନ ପ୍ରମୁଖ ଯୋଗଦେଇ ବୈଠକରେ ଛାତ୍ର ମାନଙ୍କ ସମସ୍ୟା ତାର ପ୍ରତିକାର କିପରି ମହାବିଦ୍ୟାଳୟ ସ୍ତରରେ କାର୍ଯ୍ୟ ତୁଲାଇବେ ସେନେଇ ସୂଚନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ