କାଓ ଥେରାପି

ଡଗ୍ ଏବଂ କ୍ୟାଟ୍ ଥେରାପି ସମ୍ପର୍କରେ ଜାଣିଥିବେ । କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ ଜାଣିବା ।
ୟୁରୋପରେ କାଓ ଥେରାପି ବହୁ ଲୋକପ୍ରିୟ ବୋଲି ପୂର୍ବରୁ ଜାଣିଛନ୍ତି । କିନ୍ତୁ ବର୍ତ୍ତମାନ ଆମେରିକାରେ ମଧ୍ୟ ଏପରି ଦେଖିବାକୁ ମିଳିଛି । କାଓ ଥେରାପି କରିବାକୁ ହେଲେ ଜଣେ ମହିଳାଙ୍କୁ ଗାଟିଏ ଘଣ୍ଟା ପାଇଁ ୭୫ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୫ ହଜାର ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏପରି କଲେ ମାନସିକ ଅବସାଦ ଦୂର ହୋଇଥାଏ । ନ୍ୟୁୟର୍କର ୩୩ ଏକର ପରିମିତି ଜାଗାରେ ନିର୍ମିତ ମାଉଣ୍ଟେନ୍ ହାଉସ ଫାର୍ମରେ ଏବେ ଏହି ସୁବିଧା ଉପଲବ୍ଧ ହେଉଛି । ଉକ୍ତ ଫାର୍ମରେ ୯ ବର୍ଷ ତଳେ ଘାଡ଼ାଙ୍କ ସହିତ ୱେଲ୍‌ନେସ୍ ସେସନ ଚାଲିଥିଲା । ବର୍ତ୍ତମାନ କାଓ ଥେରାପି ଚାଲିଛି । ସୁଇଜରଲ୍ୟାଣ୍ଡ ଏବଂ ନେଦରଲାଣ୍ଡରେ ଦୁଃଖ ଦୂର ପାଇଁ କାଓ ଥେରାପି ସେସନ ଚାଲିଛି । ଫାର୍ମର ମାଲିକ ସୁଜନ ମୁଲର୍ସ କୁହନ୍ତି, ମହିଳାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଫାର୍ମକୁ ଆଉ ଦୁଇଟି ଗାଈ ନେଦରଲାଣ୍ଡରୁ ମଗାଯାଇଛି । ଗାଈର ଶାନ୍ତ ବ୍ୟବହାର ମହିଳାଙ୍କୁ ରିଲାକ୍ସ କରିଥାଏ । ଗୋଟିଏ ଶାନ୍ତ ଗାଈ ସହ କିଛି ସମୟ କାଟିଲେ ସମସ୍ତ ଦୁଃଖ ଦୂର ହୋଇଥାଏ । ଗାଈଙ୍କୁ ଗେହ୍ଲା କଲେ ବା ଆଉଁସିଲେ ମହିଳାଙ୍କୁ ଖୁବ୍ ଭଲ ଲାଗିଥାଏ । ସୁଜନ କୁହନ୍ତି, ତାଙ୍କ ଫାର୍ମରେ କାଓ ଥେରାପି ପାଇଁ ଦୁଇଟି ସେସନ ଚାଲିଛି । ଏଥିପାଇଁ ବହୁ ମହିଳା ତାଙ୍କ ଫାର୍ମକୁ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ