ଅନ୍ଧବିଶ୍ୱାସ ନେଉଛି ଜୀବନ

ପୂର୍ବ ଆଫ୍ରିକାରେ ବସବାସ କରୁଥିବା ଏଲ୍‌ବିନୋ ଜନଜାତିଙ୍କୁ ଅନ୍ୟ ଜନଜାତି ନୃଶଂସ ଭାବରେ ହତ୍ୟା କରିଥାନ୍ତି । କାରଣ ଏହି ଜନଜାତିଙ୍କ ଚମଡା ପାଖରେ ରଖିଲେ ଭାଗ୍ୟ ବୃଦ୍ଧି ହୋଇଥାଏ । ତେଣୁ ଏହି ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ ଜନଜାତି ଏହି ଜନଜାତିଙ୍କୁ ହତ୍ୟା କରି ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗକୁ ବିଭିନ୍ନ ପୂଜା କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଫଳରେ ଏହି ଜନଜାତି ପ୍ରତି ସଙ୍କଟ ଦେଖାଦେଇଛି । କ୍ରମଶଃ ସେମାନଙ୍କର ସଂଖ୍ୟା ହ୍ରାସ ପାଉଥିବାବେଳେ ସରକାରଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହି ଜନଜାତିର ଲୋକଙ୍କୁ ହତ୍ୟା କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗୁଳି କରାଯାଉ । ମାତ୍ର ଏହାର ପ୍ରଭାବ ସେତେଟା ଅନୁଭୂତ ହେଉନଥିବା ଜଣାପଡ଼ିଛି । ଏହାଛଡ଼ା ସାମରିକ ବାହିନୀ ପକ୍ଷରୁ ଏଲବିନୋଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ