ଅସ୍ତରଙ୍ଗ ର ସୌମ୍ୟ ଙ୍କୁ ଜାତିସଂଘ ଓ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା
ନିମାପଡା, (ସନ୍ତୋଷ ଦାଶ):ମିଳିତ ଜାତିସଂଘ ପକ୍ଷରୁ ଭାରତରେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଦେଶର ୧୭ଜଣ ଯୁବ ପରିବେଶବିତ ଙ୍କୁ ପ୍ରଶଂସା କରାଯାଇଛି । ସେମାନଙ୍କ ଭିତରେ ଓଡ଼ିଶାର ସୌମ୍ୟ ଓ ଅର୍ଚନା ଙ୍କ ନାମ ସ୍ଥାନ ପାଇବା ଓଡିଶା ପାଇଁ ଗର୍ବ ର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର ସୌମ୍ୟରଞ୍ଜନ ବିଶ୍ୱାଳ ପିଲାଟି ବେଳୁ ସାମୁଦ୍ରିକ କଇଁଛ ଅଲିଭ ରିଡିଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କାମ କରୁଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଙ୍କ ସହାୟତା ରେ ବେଳାଭୂମି ର ସଫେଇ ଠାରୁ ଆରମ୍ଭ କରି ମତ୍ସ୍ୟଜିବୀ ମାନଙ୍କ ପାଖରେ ପହଂଚି ସେମାନଙ୍କୁ ଅଲିଭ ରିଡିଲେଙ୍କ ସୁରକ୍ଷା ପାଇଁ ସଚେତନ କରିବା ସହ ୨୩୦ ରୁ ଅଧିକ ବେଳାଭୂମି ସଫେଇ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ।ସ୍ୱଛତା ସାଙ୍ଗକୁ ଲୁଣା ଜଙ୍ଗଲ ତଥା ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଜୈବ ବିବିଧତା ସୁରକ୍ଷା କାର୍ଯ୍ୟ ରେ ନିଜକୁ ନିୟୋଜିତ ରଖିଛନ୍ତି । ଏ ଭଳି କାର୍ଯ୍ୟ କୁ ଜାତିସଂଘ ପ୍ରଶଂସା କରିବା ସହ ୧୭ ଜଣ ଙ୍କ ମଧ୍ୟ ରେ ଅସ୍ତରଙ୍ଗ ଅଂଚଳ ର ସୌମ୍ୟ ସ୍ଥାନ ପାଇଥିବାରୁ ତାଙ୍କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବବ୍ୟାପାର, ଆଇ ଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ସ୍ୱାଧୀନ କୁମାର ନାୟକ ସୋମ୍ୟ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୌମ୍ୟ ଙ୍କ ପାଖକୁ ଏବେ ଶୁଭେଛା ଓ ଅଭିନନ୍ଦନ ର ସୁଅ ଛୁଟୁଛି ।