ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ଗୁରବାର ବନ୍ତ ବ୍ଲକ ଶିଆଳିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରିଣୀ ବାସନ୍ତୀ କୁମାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବନ୍ତ କଲେଜର ପୂର୍ବତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ସାଧନ ସଂଯୋଜକ ତଥା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରବି ନାରାୟଣ ପରିଡା, ସମିତି ସଭ୍ୟା ଶଶୀଲତା ଭୂୟାଁ, ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର କର, ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିର ଅଧ୍ୟକ୍ଷ ଦଶରଥ ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ୨ୟ ତଥା ଉଦ୍ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପ୍ରେମଲତା ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ଅମୂଲ୍ୟ କୁମାର ମିଶ୍ର, ପାଲାଗାୟକ ତଥା ପ୍ରବଚକ ହରିହର ପାଣିଗ୍ରାହୀ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରମିଳା ବାରିକ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୪୧୪ ଜଣ ପିଲା ମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକୃତା, ସଙ୍ଗୀତ, ଓଡିଆ ହସ୍ତାକ୍ଷର, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ଅଲେଖ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ନାରାୟଣ ଚନ୍ଦ୍ର ବାରିକ, ବାବାଜି ଚରଣ ଦଳେଇ, ଦାଶରଥି ଜେନା, ପ୍ରଭାତ ସେନାପତି, ଟୁନାବାଳା ଦାଶ, ଭାସ୍କର ସେନାପତି, ପଦ୍ମଲୋଚନ ପାଣିଗ୍ରାହୀ, ରଞ୍ଜନ ଜେନା, ଦୀଲିପ ଖୁଣ୍ଟିଆ, ପ୍ରଦୀପ ବିଶ୍ୱାଳ, ସତ୍ୟ ସୁନ୍ଦର ପରିଡା, ନିରଞ୍ଜନ ସାହୁ, ନାରାୟଣ ଲେଙ୍କା ପ୍ରମୁଖ ଦାୟୀତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମରେ ଭାସ୍କର ପାଢୀ, ଧର୍ମେନ୍ଦ୍ର ନାରାୟଣ ଜେନା, ଶଶୀ ଶେଖର କରଶର୍ମା, ଅମୂଲ୍ୟ ଦାସ, ନରେନ୍ଦ୍ର ବାରିକ, ଅଭୟ ପ୍ରଧାନ, ଗୌରୀ ଶଙ୍କର ସରୋଜ କୁମାର ଜେନା, କାର୍ତ୍ତିକ ପଣ୍ଡା, ବେଣୁଧର ନାୟକ, ଶମ୍ଭୁନାଥ ସାହୁଙ୍କ ସମେତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହାୟତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବନମାଳୀ ନାୟକ, ପ୍ରଫୁଲ୍ଲ କୁମାର ନାୟକ, କରୁଣାକର ନାୟକ, ସୁଧୀର କୁମାର ବାରିକ, ରାଜେନ୍ଦ୍ର ପ୍ରସାଦ ବେହେରା, କଳ୍ପନା ରାଉଳ, ବିକ୍ରମ କେଶରୀ ପାଲ, କୁଳପ୍ରଭା ସୁଆର, ରାମ ଚନ୍ଦ୍ର ଜେନା, ମନୋଜ କୁମାର ରାଉଳ, ବଳରାମ ଭୂୟାଁ, ଭରତ ଓଝା, ଦେବବ୍ରତ ଦାଶ, ଜଗତଜୀବନ ଜେନା, ପ୍ରଭାସ ଚନ୍ଦ୍ର ପରିଡା, ହଳଧର ସେଠୀ, ସୁକାନ୍ତ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ଜେନା ପ୍ରମୁଖ ସଂଯୋଜନା କରିଥିଲେ ।