ସିପିଆଇର ମହାନ୍ ଅକ୍ଟୋବର ବିପ୍ଲବ ପାଳିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗୁରବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ତ ଜୋନ୍ କମିଟି ତରଫରୁ ଆନ୍ତର୍ଜାତିକ ମହାନ ଅକ୍ଟୋବର ବିପ୍ଲବ ଦିବସ ପାଳିତ ହୋଇଯାଇଛି । ବନ୍ତ ଜୋନ୍ର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସାଥୀ ସମର୍ଥକ ମାନେ ବାଜା, ବାଣ ଫୁଟାଇ ଏକ ପଟୁଆରରେ ଆସି ବନ୍ତ ଠାରେ ଏକତ୍ରିତ ହୋଇଥିଲେ । ପରେ ସିିପିଆଇ କାର୍ଯ୍ୟାଳୟ ଠାରୁ ସମସ୍ତ ସମର୍ଥକ ମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ପରେ ବନ୍ତ ବଜାର ଠାରେ ଆୟୋଜିତ ସାଧାରଣ ସଭାରେ ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ସହସଂପାଦକ ଡଃ.ପ୍ରଶାନ୍ତ ମିଶ୍ର, ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଚନ୍ଦ୍ର ଜେନା, ସହସଂପାଦକ ତଥା ଆଇନୀଜବି ପରମେଶ୍ୱର ବାରିକ, କୃଷକ ନେତା ଫକୀର ଚରଣ ବିଶ୍ୱାଳ, ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ବାବାଜି ଚରଣ ଜେନା, ଆନନ୍ଦ ଜେନା, ନିରଂଜନ ନାୟକ ପ୍ରମୁଖ ଯୋଗ ଦେଇ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରି ପୁଞ୍ଜିବାଦ ଆର୍ଥିକ ସଂକଟରୁ ମାନବ ସମାଜକୁ ମୁକ୍ତ କରିବା ପାଇଁ ସମାଜବାଦ ହିଁ ଏକମାତ୍ର ବିକଳ୍ପ ବୋଲି ବକ୍ତା ମାନେ କହିଥିଲେ । ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା, ସମ୍ବିଧାନ ସୁରକ୍ଷା ପାଇଁ ଜନଗଣ ଏକଜୁଟ ହେବା ସହିତ କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତି ଯୋଗୁଁ ବେକାରୀ, ଦରଦାମ ବୃଦ୍ଧି ପାଉଛି । ଏହା ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଗଣତାନ୍ତ୍ରିକଶକ୍ତି ମାନେ ଏକ ହେବା ପାଇଁ ନେତୃତ୍ୱ ମାନେ ଉଦ୍ବୋଧନ ଦେଇଥିଲେ । ସିପିଆଇ ତରଫରୁ ଆୟୋଜିତ ଶୋଭାଯାତ୍ରା ଓ ସାଧାରଣ ସଭାକୁ ସଫଳ କରିବାରେ ସାଥୀ ନାରାୟଣ ଚନ୍ଦ୍ର ସ୍ୱାଇଁ, ପବିତ୍ର ସେଠୀ, ରବିନ୍ଦ୍ର ଜେନା, ରବିନ୍ଦ୍ର ତରେଇ, ଅବଦୁଲ୍ଲା ଖାଁ, ପର୍ଶୁରାମ ସ୍ୱାଇଁ, ରତିକାନ୍ତ ଜେନା, ଅଭିମନ୍ୟୁ ଜେନା, କୃଷକ ନେତା ସୁବାଷ ବେହେରା, ଭରତ ଚନ୍ଦ୍ର ସେନାପତି, କିଶୋର ବେହେରା, ଉମାକାନ୍ତ ମହାପାତ୍ର, କିଶୋର ବିଶ୍ୱାଳ, ମାର୍କଣ୍ଡ ବାରିକ, ରବିନ୍ଦ୍ର ନାୟକ, ଜୟନ୍ତ ଜେନା, ନୃସିଂହ ଦାସ, ରବିନ୍ଦ୍ର ସେଠୀ, ହଳଧର ସ୍ୱାଇଁ, ଅରୁଣ ରାଉତ, ପଞ୍ଚାନନ ସେଠୀ, ସଂଜୟ ସାମଲ, ଧନେଶ୍ୱର ଜେନା, କୈଳାସ ଜେନା, ପଦ୍ମନାଭ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ବିଷ୍ଣୁ ଚରଣ ଜେନା, ମହିଳା ସଂପାଦିକା ସ୍ୱର୍ଣ୍ଣଲତା ଖିଲାର, ଉଷାରାଣୀ ବେହେରା, ଅହଲ୍ୟା ମହାକୁଡ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


