ସ୍କାଉଟ୍ ଗାଇଡ଼୍ର ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) :ନଭେମ୍ବର ସାତ ତାରିଖକୁ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର ପ୍ରତିଷ୍ଠା ଦିବସ ରୂପେ ପ୍ରତିବର୍ଷ ପାଳିତ ହୁଏ । ରାଜ୍ୟର ସବୁ ଜିଲ୍ଲାରେ ଉକ୍ତ ଦିବସଟିକୁ ସ୍କାଉଟ୍ ଗାଇଡ଼୍ମାନଙ୍କ ଦ୍ୱାରା ମହାସମାରୋହରେ ପାଳନ କରାଯାଇଥାଏ । ଭୁବନେଶ୍ୱର ମୁଖ୍ୟାଳୟ ପରିସରରେ ସଂଗଠନ ଦ୍ୱାରା ଆୟୋଜିତ ଆଞ୍ଚଳିକ ସ୍ତରୀୟ କବ୍ ବୁଲ୍ବୁଲ୍ ଉତ୍ସବରେ ଯୋଗଦାନ କରିଥିବା କବ୍ ଓ ବୁଲ୍ବୁଲ୍ ମାନେ କେତେକ ଦଳରେ ବିଭକ୍ତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ନିକଟକୁ ଯାଇ ଦିବସର ପ୍ରତୀକ ପତାକା ଲଗାଇ ସଂଗଠନର ବାର୍ତ୍ତର୍ା ପ୍ରଚାର କରିଥିଲେ । ଏତଦ୍ ବ୍ୟତୀତ ରାଜ୍ୟସଂସ୍ଥାର ସଭାପତି ଶ୍ରୀ ବିଷ୍ଣୁଚରଣ ଦାସ, ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କୁ ମଧ୍ୟ ପତାକ ଲଗାଇ ଦିବସର ତାତ୍ପର୍ଯ୍ୟ ପ୍ରତିପାଦନ କରିଥିଲେ । ଏଥିସହିତ ଉତ୍ସବର ଦ୍ୱିତୀୟ ଦିବସରେ କବ୍ ବୁଲ୍ବୁଲ୍ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବିଷ୍ଣୁଚରଣ ଦାଶ ମୁଖ୍ୟ ଅତିଥି ଏବଂ ଶ୍ରୀ ଅନନ୍ତ ନାରାୟଣ ଜେନା ମାନ୍ୟବର ବିଧାୟକ-ଭୁବନେଶ୍ୱର ମଧ୍ୟମ ଏବଂ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି, ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ଯୋଗ ଦେଇ ଛୋଟ ଛୋଟ କବ୍ ବୁଲ୍ବୁଲ୍ମାନଙ୍କୁ ବହୁ ଉପଦେଶାତ୍ମକ କଥା କହିଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ମଧ୍ୟ କ୍ଷୁଦ୍ର ଗଳ୍ପ ମାଧ୍ୟମରେ କବ୍ ବୁଲ୍ବୁଲ୍ମାନଙ୍କ ମଧ୍ୟରେ ଉତ୍ସବ ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ କୁମାର ପାଇକରାୟ ଏବଂ ଆଞ୍ଚଳିକ ସ୍ତରୀୟ ସହନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ପତରଙ୍କ ଉପସ୍ଥିତିରେ ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍କାଉଟ୍ ସଂଗଠନ କମିଶନର ଶ୍ରୀ ପ୍ରାଣକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କବ୍ ବୁଲ୍ବୁଲ୍ ମାନଙ୍କ ସହିତ ଭୁବନେଶ୍ୱରର ବହୁ ବିଦ୍ୟାଳୟର ଶତଧିକ ସ୍କାଉଟ୍ ଓ ଗାଇଡ଼୍ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକତ୍ରିତ ହୋଇ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିଲେ ।


