ବିଶ୍ଵକର୍ମା ସମାଜ, ପଥରା ବଂଶର ମହାସଭା ପ୍ରସ୍ତୁତି ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ସ୍ଥିତ ବିଶ୍ଵକର୍ମା ଭବନ ରେ ଅକ୍ଟୋବର ୩୧ ତାରିଖ ଦିନ ବିଶ୍ଵକର୍ମା ସମାଜ, ପଥରା ବଂଶର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଥରା ବଂଶର ଗଞ୍ଜାମ ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାସଭା ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଶେରଗଡ଼, ଧରାକୋଟ, ଭଞ୍ଜନଗର, ପଥରା, କବିସୂର୍ଯ୍ୟ ନଗର ପ୍ରଭୃତି ଅଞ୍ଚଳର ପଥରା ବଂଶର ବିଶ୍ଵକର୍ମା ଭାଇମାନେ ଯୋଗଦେଇଥିଲେ। ପଥରା ବଂଶର ଜିଲ୍ଲା ସମ୍ପାଦକ ଅଧିବକ୍ତା ଅଶୋକ କୁମାର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପଥରା ବଂଶର ଏକତା, ଶୃଙ୍ଖଳା ଓ ନାରିଶିକ୍ଷା ସହ ସମସ୍ତଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। ମହାସଭା ପାଇଁ ପଥରା ବଂଶର ସମସ୍ତ ଅଞ୍ଚଳର ସହଯୋଗ କାମନା କରାଯାଇ ଖୁବଶୀଘ୍ର ମହାସଭା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଂଶର ସହ-ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାରଣା, ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ମହାରଣା, ନରସିଂହ ମହାରଣା, ହଂସ ମହାରଣା,  ଅରକ୍ଷିତ ମହାରଣା, ରାମହରି ମହାରଣା, ପୀତବାସ ମହାରଣା, କାମରାଜୁ ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ