ମମିତା ମେହେର ଙ୍କୁ ନ୍ୟାୟ ମିଳିବା ଦାବୀରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ସଭା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ମମିତା ମେହେର ଙ୍କୁ ନ୍ୟାୟ ମିଳିବା ଦାବୀ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ସଭାପତି ଭାରତ ଭୂଷଣ ବେମାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କୁ ବହିଷ୍କାର କରିବାକୁ ରାଜ୍ୟ ସରକାର କୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜଣେ ମମିତା କୁ କେବେ ବି ଜଣେ ହତ୍ୟା କର ନାହିଁ। ଏହି ହତ୍ୟା ରେ ମନ୍ତ୍ରୀ ଦିବ୍ୟ ର ପ୍ରଚ୍ଛନ୍ନ ହାତ ଥିବା ସୂଚନା ଦେଇଥିଲେ। ମମିତା କୁ ଗୋବିନ୍ଦ ହତ୍ୟା କରିଛି ବୋଲି ମୋହରା କରାଯାଇଛି।ଥୁଆମୂଳ ରାମପୁର ସିରମସ୍କା ସ୍କୁଲ କୁ ଏହି ବ୍ୟକ୍ତି ବାରମ୍ବାର ଯାଉଥିଲେ, ସେହି ସମୟ ରେ ତାକୁ ଦୋଷୀ କରାଯାଇଥିଲେ ଆଜି ଏତେ ବଡ ଘଟଣା ଘଟି ନଥାନ୍ତା, ଏହିଭଳି ବିଭିନ୍ନ ପ୍ରକାର ଚରିତ୍ର କୁ ଆକ୍ଷେପ କରି ବର୍ଷି ଥିଲେ। ଅପରାଧୀ ମନ୍ତ୍ରୀ ହେଲା ପରେ ପୋଲିସ ତାକୁ ଅଧିକ ସୁରକ୍ଷା ଦେଉଛନ୍ତି। ମନ୍ତ୍ରୀ , ଗୋବିନ୍ଦ, ମମିତା,ଓ ମହେଶ ର କଲ୍ ରେକର୍ଡ ଯାଞ୍ଚ କରାଯାଉ , ରାଜ୍ୟ ର ପ୍ରଶାସନିକ ଅଧିକାରୀମାନେ ସରକାର ର ଗୋଲାମୀ ହୋଇ ଯାଇଛନ୍ତି। ହତ୍ୟା କାରି ମନ୍ତ୍ରୀ ଙ୍କୁ ଫୁଲ୍ ଦେଇ ସମ୍ବର୍ଦ୍ଧିତ କରୁଥିବା ମହିଳାମାନଙ୍କୁ ଆହ୍ବାନ କରିଥିଲେ ଯେ ଏଭଳି ବ୍ୟକ୍ତି କୁ ଅସମ୍ମାନ କର, ଅପରାଧ କୁ ଘଣ୍ଟ ଘୋଡାଉଥିବା ଲୋକେ ଅପରାଧ, ଏଣୁ ଏହି ସରକାର ଅପରାଧୀ ତୁରନ୍ତ ରାଜ୍ୟ ସରକାରଙ୍କୁ ବିତାଡିତ କରିବାକୁ ଆହ୍ବାନ ଦେଇଥିଲେ। ଦିବ୍ୟ ମିଶ୍ର ନାରୀ ପିପାସୁ,ଓ ଚରିତ୍ର ଠିକ୍ ନଥିବାରୁ ତାକୁ କଂଗ୍ରେସ୍ ଦଳ ରୁ ଜୁନାଗଡ ରୁ ପାର୍ଥି କରାଗଲା ନାହିଁ ବୋଲି ବରିଷ୍ଠ ନେତା ଭକ୍ତ ଦାସ ଭର୍ଷନା କରିଥିଲେ। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସୁଥିବା ରୁ ଏହି ସଭା କୁ ବର୍ଜନ କରିବା ସହ ଜନତା ନିଜକୁ ନିଜେ କର୍ଫ୍ୟୁ ରେ ପରିଣତ କରିବାକୁ ନିବେଦନ କରିଥିଲେ।ପାଇଁ ସହର ବବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମୁଣ୍ଡ, ଶିରମସ୍କା ସ୍କୁଲ୍ ରେ ଆଦିବାସୀ ନେତା ପରମାନନ୍ଦ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଜୟଦେବ ନାୟକ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହି, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସାହେବ୍ ମହମ୍ମଦ, ଛାତ୍ର କଂଗ୍ରେସ ଜିଲ୍ଳା ସଭାପତି ସୁଶାନ୍ତ ପ୍ରଧାନୀ, ଦିଗାମ୍ବର ଦୂରିଆ, ନରହରି ବାଗ୍, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ, ନଗର କଂଗ୍ରେସ୍ ସଭାପତି ସିଦ୍ଧାର୍ଥ ନାୟକ, କାର୍ଯକାରୀ ସଭାପତି ସରୋଜ ବାଗ୍, ଦେଶରାଜ୍ ଯୁଆଡ୍, ମହିଳା ନେତ୍ରୀ ମୋତି କୈବର୍ତ୍ତ, ମନ୍ଦାକିନୀ ବାଣୁଆ, ପ୍ରମୁଖ ମମିତା କୁ ନ୍ୟାୟ ପାଇବା ପାଇଁ ନିରପେକ୍ଷ ତଦନ୍ତ ପାଇଁ ପ୍ରଥମେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର କରାଯାଉ ବୋଲି ବକ୍ତା ମାନେ କହିଥିଲେ। ମଞ୍ଚରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଉତ୍ସବ ସାହୁ, ଜିଲ୍ଲା ଉପ ସଭାପତି ଧନୁର୍ଦ୍ଧର ଗହୀର, ବ୍ଲକ ସଭାପତି ସୁବାଷ ପ୍ରଧାନ, ନଗର ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ, ସାଧନା ପ୍ରଧାନୀ, ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ