ପରିବା ବ୍ୟବସାୟୀ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ବରଡିପଲ୍ଲୀ ଗ୍ରାମରେ ଏକ ଟ୍ରକ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାକୁ ମାଡିଯିବା ଯୋଗୁଁ ବାରଣ୍ଡାରେ ଛିଡ଼ା ହୋଇଥିବା ପାରିବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ନଭେମ୍ବର ୪ ତାରିଖ ଦୀପାବଳୀ ପାଳନ କରି ବୁଗୁଡ଼ାରେ ପରିବା ବ୍ୟବସାୟ କରୁଥିବା ବରଡ଼ିପଲ୍ଲୀ ଗ୍ରାମର କାଳିଆ ନାୟକ ନିଜ ବାରଣ୍ଡାରେ ଛିଡ଼ାହୋଇଥିବା ବେଳେ ରାତ୍ର ପ୍ରାୟ ୧୦ ଟା ସମୟରେ ଏକ ଟ୍ରକ ଦୃତଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାରଣ୍ଡାକୁ ମାଡି ଚାଲିଯାଇଥିଲା। ଯାହାଫଳରେ ନିଜ ଘର ବାରଣ୍ଡାରେ ଛିଡା ହୋଇଥିବା କାଳିଆ ନାୟକଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡା ମେଡ଼ିକାଲକୁ ନିଆଯାଇଥିଲା। ଏଣେ ଟ୍ରକଟି ଦୁର୍ଘଟଣା ଘଟାଇ ଚାଲିଯାଇଥିବା ବେଳେ ଗ୍ରାମର ଯୁବକ ମାନେ ବାଇକରେ ଯାଇ ଟ୍ରକକୁ ପିଛାକରି ଅଟକାଇ ପୋଲିସ ଜିମା ଦେଇଥିଲେ। ଆହତ କାଳିଆ ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ବୁଗୁଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତ୍ରରେ ହିଁ କାଳିଆ ନାୟକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଥିଲେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ଯୋଗୁଁ କେସ ପଞ୍ଜିକୃତ ହୋଇନଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ