ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଦାନହୁଣ୍ଡିରୁ ମିଳିଲା ୩.୧୪ ଲକ୍ଷ ଟଙ୍କା

ଆସିକା,(ୱାଇଏନ୍‍ଏସ୍‍): ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରର ଦାନହୁଣ୍ଡିର ଗଣତି କାର୍ଯ୍ୟ ଶେଷ ହୋଇଯାଇଛି । ମା ଖମ୍ବେଶ୍ୱରୀଙ୍କ ମନ୍ଦିର ପରିଚାଳନା କମିଟିର ବହୁ କାର୍ଯ୍ୟକର୍ତ୍ତା ଓ ସେବାୟତମାନଙ୍କ ଉପସ୍ଥିତିରେ ହୁଣ୍ଡିରେ ପଡିଥିବା ଦାନଅର୍ଥର ଗଣନା କରାଯାଇଥିଲା । ଗଣତି ଶେଷ ହେବା ପରେ ମୋଟ ୩ ଲକ୍ଷ ୧୪ ହଜାର ଟଙ୍କା ମିଳିଛି ବୋଲି କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ ସୂଚନା ଦେଇଛନ୍ତି । ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରରେ ସ୍ଥାପିତ ହୋଇଥିବା ଦାନହୁଣ୍ଡିରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ସକ୍ଷମ ମୁତାବକ ଶ୍ରଦ୍ଧା ଓ ଭକ୍ତିର ପ୍ରତୀକ ସ୍ୱରୂପ ଏହି ଦାନଅର୍ଥ ଅର୍ପଣ କରିଥିବା ଜଣାପଡିଛି । ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରର ଦାନହୁଣ୍ଡିରୁ ମିଳିଥିବା ଅର୍ଥକୁ ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ୨୫ ପ୍ରତିଶତ ସେବକମାନଙ୍କୁ ବଣ୍ଟନ କରାଯିବା ପରେ ଅବଶିଷ୍ଠ ବଳକା ଅର୍ଥ ବ୍ୟାଙ୍କରେ ଜମା କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ ଏବଂ ବରିଷ୍ଠ ପୂଜକ ନରସିଂହ ମୁନି ସୂଚନା ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିର ପରିସରରେ ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଦାନହୁଣ୍ଡିର ଚାବି ଖୋଲାଯାଇ ପରିଚାଳନା କମିଟିର ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ବରିଷ୍ଠ ପୂଜକ ନରସିଂହ ମୁନି, ଭିକା ମୁନି, ଟୁଲିଆ ମୁନି, ବାବୁଲା ମୁନି, ସନ୍ୟାସୀ ମୁନି, ଟୁଟୁ ମୁନି, ସନ୍ତୋଷ ମୁନି, ଦିଲୀପ ମୁନିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗଣନାକାର୍ଯ୍ୟ ଆରମ୍ଭ କରାଯାଇ ଶେଷ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ