ବନବିଭାଗ ଦ୍ୱାରା ବନ ମହୋତ୍ସବ ପାଳିତ
ହାଟଡିହି(ଓ୍ବାଇଏନଏସ): ଗଡଚଣ୍ଡି ଉଚ୍ଚ ବିଦ୍ୟାଳୟ ସିନ୍ଦୁରାପାଳ ଠାରେ ହଦଗଡ଼ ବନପ୍ରାଣୀ ବନାଞ୍ଚଳ ତରଫରୁ ୩୩ତମ ବନ ମହୋତ୍ସବ ପାଳିତ କରାଯାଇଛି। କେନ୍ଦୁଝର ବନପ୍ରାଣୀ ବନଖଣ୍ଡ ଆନନ୍ଦପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ହଦଗଡ଼ ବନପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ମାର୍ସାଲ କିସ୍କୁଙ୍କ ତତ୍ତ୍ଵାବଧନରେ ଉକ୍ତ ବିଦ୍ୟାଳୟରେ ଲେମ୍ବୁ ,ପିଜୁଳି , ତାଲିମ୍ବ, ସୁଜୁନା ପଣସ ଆଦି ଅନେକ ଫଲନ୍ତି ଗଛ ଉକ୍ତ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ରୋପଣ କରାଯାଇଥିଲା। ଏହି କା୍ଯ୍ୟକ୍ରମରେ ବନପାଳ ମଳୟ କୁମାର ସାହୁ, ବନରଖି ଶ୍ରୀଯୁକ୍ତ ଜ୍ୟୋତିରଂଜନ ମାଝୀ, ରବୀନ୍ଦ୍ର ନାୟକ ଓ ଜଙ୍ଗଲ ସୁରକ୍ଷା କର୍ମୀ ପ୍ରମୁଖଙ୍କ ସହିତ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୀକ ଶ୍ରୀଯୁକ୍ତ ଶରତ କୁମାର ସାସିନି ଓ ଅନ୍ଯ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ। ଏହି ବନମହୋତ୍ସବ କାଯ୍ୟକ୍ରମ ଜୁଲାଇ ମାସରେ ପ୍ରଥମ ସପ୍ତାହ ଧରି ବିଭିନ୍ନ ସ୍ଥାନରେ ଅନୁକ୍ଷ୍ଟିତ କରାଯିବ ବୋଲି ବନଅଧିକାରୀ ସୂଚନା ଦେଇଛନ୍ତି।


