ଦଶମ ଶ୍ରେଣୀ ଛାତ୍ର ହିତେଶ ନିଖୋଜ

ଗଂଜାମ, (ବିନୋଦ ପଲେଇ):ଗଂଜାମ ସହରର ଜଣେ ଦଶମ ଶ୍ରେଣୀ ଛାତ୍ର ଘରୁ ବାହାରି ଆଉ ଫେରିନଥିବା ଜଣାପଡିଛି । ନିଖୋଜ ଛାତ୍ର ଜଣକ ହେଲେ ହିତେଶ ବାରିକ । ସେ ଗଂଜାମ ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଅଟନ୍ତି । ସେ ଚୌଧୁରୀ ସାହି ବାସିନ୍ଦା ମୋହନ ବାରିକଙ୍କ ପୁଅ ଅଟେ । ସେ ଗଳାବେଳେ ସାଗୁଆ କଲର ଟି ସାର୍ଟ ଓ ଫୁଲ ପ୍ୟାଣ୍ଟ ପିନ୍ଧିଥିଲା । ବହୁତ ଖୋଜା ଖୋଜି କରିଥିକେ ମଧ୍ୟ ମିଳିନଥିବାରୁ ଶେଷରେ ପରିବାର ଲୋକେ ଗଞ୍ଜାମ ଥାନାରେ ନିଖୋଜ ଥିବା ନେଇ ଏତଲା ଦେଇଛନ୍ତି । ଅନ୍ୟପଟେ ସେ ମୋବାଇଲରେ ଗ୍ୟାମ୍ ଖେଳ ଖେଳୁଥିବା ବେଳେ, ଏହି ଖେଳ କଲିକତାର ଏକ ଗ୍ରୁଫ ମାଧ୍ୟମରେ ଚାଲୁଥିବ ଏବଂ ସେ କଲିକତା ପଳାଇବ ବୋଲି କହୁଥିବା ତାଙ୍କ ସାଙ୍ଗ ସାଥି କହୁଥିବା ଶୁଣିବାକୁ ମିଳିଛି । ଯଦି ମୋବାଇଲ ଗ୍ୟାମ କଥା ସତ୍ୟ ହୋଇଥାଏ, ତେବେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରି ମାଷ୍ଟର ମାଇଣ୍ଡକୁ ଧରିଲେ , ବହୁ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନଷ୍ଟ ହେବାରୁ ବଞ୍ଚିଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ