ଗଂଜାମ ବ୍ଲକ ଅଧ୍ୟକ୍ଷ ହେଲେ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ଉପସଭାପତି
ଗଂଜାମ, (ବିନୋଦ ପଲେଇ):ଗଂଜାମ ବ୍ଳକ ଅଧକ୍ଷ ତଥା ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ନାୟକ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରୂପେ ମନୋନିତ ହୋଇଛନ୍ତି । ଯାହାକୁ ନେଇ ଗଂଜାମ ଅଞ୍ଚଳର ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଏହା ପୂର୍ବରୁ ଗଂଜାମ ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି, ସେ ବହୁତ ଥର ସରପଞ୍ଚ, ହାଉସିଂ ବିଲଡିଙ୍ଗ କୋପେରେଟିଭ ସିସାଇଟିର ସଭାପତି , ଆଳିଆବାଦ ସମବାୟ ସମିତିର ଚାରିଥର ସଭାପତି, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ରୂପେ ସୁଚାରୁ ରୁପେ ଦାୟିତ୍ୱ ତୁଲାଇ ନିଜର ସାଙ୍ଘଠାନିକ ପରିଚୟ ଦେଇଛନ୍ତି । ଏଥି ପାଇଁ ଅଧ୍ୟକ୍ଷ ନାୟକ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଦଳୀୟ ସଙ୍ଘଠନ କାର୍ଯ୍ୟ ମଜବୁତ କରିବା ସହ ପଞ୍ଚାୟତ ନିର୍ବାଚନରେ ଦଳୀୟ ପାର୍ଥିଙ୍କ ବିଜୟ ପ୍ରଥମ କାମ ବୋଲି କହିଥିଲେ । ଅନ୍ୟପଟେ ଏହି ନୂତନ ଦାଇତ୍ୱ ପାଇଁ ନାୟକଙ୍କୁ ଜିଲ୍ଲା ଓ ବ୍ଳକର ଦଳୀୟ କର୍ମୀ ଓ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି ।


