ଆଇନ ସେବା ପ୍ରାଧିକରଣ ପକ୍ଷରୁ ନାରୀ ସରକ୍ଷା ଆଇନ ସଚେତନତା

ବାଲେଶ୍ୱର, (ସରୋଜ ପଣ୍ଡା) : ଜାତୀୟ ଆଇନସେବା ପ୍ରାଧିକରଣ ଓ ଜାତୀୟ ମହିଳା ଆୟୋଗଙ୍କ ସହଭାଗିତାରେ ତଥା ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନାରୀ ସଶକ୍ତୀକରଣ ଶୀର୍ଷକ ଆଇନ ସଚେତନତା ଶିବିର ସଦର ବ୍ଳକ ସଭାଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଲୋକଅଦାଲତ ଅଧ୍ୟକ୍ଷ ଚିନ୍ତାମଣି ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ମହିଳା ସୁରକ୍ଷାରେ ପ୍ରଣୀତ ଆଇନ କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲା ଆଇନସେବା ପ୍ରଧିକରଣ ରିଟେନର ଆଇନଜୀବୀ ସତ୍ୟେନ୍ଦ୍ର ଉମାଶକ୍ତର ରାଉତ, ରିସର୍ଚ୍ଚ ପର୍ସନ ଆଇନଜୀବୀ ଅନ୍ନପୂର୍ଣ୍ଣା ରାଉତ, ଉର୍ମିଳା ମାଝୀ ପ୍ରମୁଖ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ମହିଳା ସୁରକ୍ଷା ଆଇନ ଦ୍ୱାରା ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ଆଇନସେବା ପ୍ରାଧିକରଣ ସଚିବ ବିଷ୍ଣୁଦେବ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଚେତନତା ଶିବିରରେ ଜାତୀୟ ଆଇନସେବା ପ୍ରାଧିକରଣ ଆଇନ-୧୯୮୭ ଓ ଓଡ଼ିଶା କ୍ଷତିପୂରଣ ସ୍କିମ-୨୦୧୮ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ସିଡିପିଓ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷୟିତ୍ରୀ, ମହିଳା ସାମାଜିକ କର୍ମୀ ଓ ମହିଳା ପୁଲିସଙ୍କ ସମେତ ସଦର ବ୍ଲକର କାର୍ଯ୍ୟରତ ମହିଳା କର୍ମଚାରୀମାନେ ଯୋଗଦାନ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ