କାଶୀନଗର ଜୋନ୍‌-୧ରେ ରାମ ପ୍ରସାଦଙ୍କୁ ବିଜେଡି ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଲବି ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଜିଲ୍ଲାପରିଷଦ ଜୋନ୍‌-୧ରେ ଆର୍‌.ରାମପ୍ରସାଦଙ୍କୁ ବିଜେଡି ତପଫରୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ତାଙ୍କ ସମର୍ଥକଙ୍କ ଲବି ଆରମ୍ଭ ହୋଇଯାଇଛି । ଏମାନେ ଦର୍ଶାଇଛନ୍ତି ଯେ, ୨୦୧୯ର ସାଧାରଣ ନିର୍ବାଚନ ବେଳେ ବିଜେଡି ବିଧାୟକ ଥିବା କେ.ନାରାୟଣ ରାଓ ପୁଣି ଥରେ ଟିକେଟ ନପାଇବା ଯୋଗୁଁ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ସହିତ କେତେକ ସ୍ଥାନୀୟ ନେତା ଓ କର୍ମୀ ମଧ୍ୟ ବିଜେଡି ଛାଡି ହାତ ମିଳାଇଥିଲେ ବିଜେପି ସହିତ କିନ୍ତୁ ଯେଉଁମାନେ ବିଜେଡିର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଷ୍ଠାପର ଭାବେ ଦଳପାଇଁ କାମ କରୁଥିଲେ ସେମାନଙ୍କ ଉପରେ କେ.ନାରାୟଣ ରାଓଙ୍କ ଦଳ ବଦଳ କିଛି ପ୍ରଭାବ ପକାଇ ପାରି ନଥିଲା । ସେମାନେ ବିଜେଡିରେ ହିଁ ରହିଥିଲେ ଓ ରହିଛନ୍ତି । ବର୍ତ୍ତମାନ କାଶୀନଗର ବ୍ଲକ ବିଜେଡି ସଭାପତି ଥିବା ଆର୍‌.ରାମ ପ୍ରସାଦ (ଜ୍ୟୋତି) ସେମାନଙ୍କ ଭିତରୁ ଜଣେ ବୋଲି ମତ ପ୍ରକାଶ ପାଇଛି । କାଶୀନଗର ଜିଲ୍ଲା ପିରଷଦ ଜୋନ୍ -୧ ଆସନଟି ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ରହିଥିବାରୁ ସେହି ଆସନରେ ପ୍ରାର୍ଥୀ ଭାବେ ବିଜେଡି ତରଫରୁ ତେଣୁ ତାଙ୍କୁ ହିଁ ଚୟନ କରାଯିବା ଉଚିତ ବୋଲି ଚର୍ଚ୍ଚା ଚାଲିଛି ବିଭିନ୍ନ ମହଲରେ । ତାଙ୍କ ସମର୍ଥକମାନେ କହିଛନ୍ତି ଯେ, ଦଳର ସଙ୍କଟ ସମୟରେ ବି ଆମେ ରାମ ପ୍ରସାଦଙ୍କ ନେତୃତ୍ୱରେ ଦଳ ସହିତ ଥିଲୁ ଓ ରହିଛୁ । ଦଳର ଆଦର୍ଶ ଓ ଓଡିଶା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚି ପାରିବ ସେଥିପାଇଁ କାମ କରୁଛୁ । ରାଜନୈତିକ ସମୀକରଣ ବଦଳିଥିବା ଆଳରେ ଯଦି ରାମପ୍ରସାଦଙ୍କୁ ଜିଲ୍ଲା ପରିଷଦ ଜୋନ୍‌-୧ର ବିଜେଡି ପ୍ରାର୍ଥୀ ଭାବେ ଚୟନ କରା ନଯାଏ ତେବେ ସ୍ୱାଭାବିକ ଭାବେ ଦଳୀୟ କର୍ମୀମାନେ ଅସନ୍ତୁଷ୍ଟ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ