ଦେଖାଉଛି ଟାଣପଣ

ଦେଖାଉଛି ଟାଣପଣ
– ଶ୍ରୀ ବନମାଳୀ ସାମନ୍ତରା

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) :

ମୋଦୀ, ଯୋଗୀ, ଭୋଗୀ ଅମି, ରାମ, ଶାହା
ପାରିବନି ଆମ ସହ
ଦେଖାଇଲେ ଅସ୍ତ୍ର ଜଳ, ସ୍ଥଳ, ନଭେ
ଲୁଚି ଯିବ ଶହ ଶହ ।
ଜାପାନ, ଭାରତ ଦେଶ ଆମେରିକା
ଅଷ୍ଟ୍ରେଲିଆ ସଂଗେ ମିଶି
ମୋର ଶକ୍ତିଠାରୁ କିଛି ନୁହଁ ତୁମେ
ଚାରୋଟି ରାଷ୍ଟ୍ରୀୟ ବସି ।
ଠିକ୍ ସମୟରେ ଖସଇ ସମରେ
ବାଇଡନ୍ ଦେଶ ସେନା
ଧନବଳ ଥିଲେ ଉଚିତ ସମୟେ
ପଛ ଘୁଞ୍ଚା ଦେବ ସିନା ।
ସାରା ଜଗତରେ ମୋର ଶକ୍ତି କେତେ
ଜାଣିଛନ୍ତି ସବୁ ଦେଶ
ଜାତିସଂଘ ଅଟେ ମୋହରି ହାତରେ
ଭିଟୋ ଶକ୍ତି ବଳେ ନାଶ ।
ହିମାଳୟ ଶୃଙ୍ଗ କରି ଖଣ୍ଡ ଖଣ୍ଡ
ଦେଖାଇବି ଶକ୍ତି ମୋର
ଉନ୍ନତ ମାନର ବଙ୍କର କରିବି
କରିଦେବି ନାରଖାର ।
ଉହ୍ୱାନ୍ ଭୂତାଣୁ ଜଗତ ବିନାଶି
କୋଟି କୋଟି ହେଲେ ନାଶ
ଏକତ୍ର ହୋଇଲେ କିଛି ନ ଘଟିବ
ହରାଇବ ନିଜ ଯଶ ।
ସମସ୍ତ ଶକ୍ତିରେ ଦେଶ ବଳିୟାର
ଆମଦାନୀ ଓ ରପ୍ତାନୀ
ଗବେଷଣାଗାର ବିଜ୍ଞାନ ପଦ୍ଧତି
କିଛି ଜାଣି ପାରିବନି ।
ହାତ ମିଳାଇବ ଖୁସିରେ ଚଳିବ
ପାରିବନି ଶତ୍ରୁ ସମ
ମୋ କଥା ମାନିବ ଯାହା କର ନିଜେ
ଆଗେଇବ ତୁମ କାମ ।
ପର କଥା ମାନି ଚାଲେ ନାହିଁ ଦେଶ
ହୋଇ ତୋର ଗୋଡ଼ାଣିଆ
ନିଜ ଶକ୍ତି ବଳେ ଆମେ ବଳିଆର
ହିନ୍ଦୁ ରକତ ନାଲିଆ ।
ମୋଦୀର ଶାସନେ ଦେଶକୁ ଏପରି
ସହଜେ ନେବା ବିଷମ
ଦରକାର ହେଲେ ଏଲ୍‌ଏସି ଆସିବ
ଦେଖ ଆମ ପରାକ୍ରମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ