ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟଶାଳା ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଦ୍ୟାଭାରତୀର ଯୋଜନା ଅନୁସାରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟଶାଳାର ଉଦ୍ଘାଟନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ପ୍ରମୁଖ ଉପେନ୍ଦ୍ର ପଣ୍ଡା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ଶିକ୍ଷା ନୀତିକୁ ସାର୍ବଜନୀନ କରିବା ଆମର ଦାୟୀତ୍ବ କହିଥିବା ବେଳେ ଗଞ୍ଜାମ ବିଭାଗ ନୀରିକ୍ଷକ ସରୋଜ ପଟ୍ଟନାୟକ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ପ୍ରାନ୍ତ ପରୀକ୍ଷା ସହ ସଂଯୋଜକ ରୁଦ୍ରନାରାୟଣ ବେହେରା ଯୋଗଦେଇ ନୂତନ ଶିକ୍ଷା ନୀତି ଲାଗୁ ହେବା ଦ୍ବାରା ଶିଶୁର ବିକାଶ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିଲା ବେଳେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ଦକ୍ଷିଣ ପୂର୍ବ ସମ୍ଭାଗର ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ଫୁଲବାଣୀ ବିଭାଗ ନୀରିକ୍ଷକ ରଞ୍ଜନ କୁମାର ପ୍ରଧାନ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ, ରାମହରି ନଗର ଶିଶୁବିଦ୍ୟା ମନ୍ଦିରର ଉପସଭାପତି ପିତାମ୍ବର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣରେ ୧୨୫ ଜଣ ଶିକ୍ଷାର୍ଥୀ ଯୋଗ ଦେଇଛନ୍ତି।10/11 /21 ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଦ୍ୟା ଭାରତୀର ଯୋଜନା ଅନୁସାରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟଶାଳା ର ୨ୟ ଦିନ ଅବସରରେ ପ୍ରାନ୍ତ ପରିକ୍ଷା ସହ ସଂଯୋଜକ ରୁଦ୍ରନାରାୟଣ ବେହେରା ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲା ବେଳେ ସ୍ଥାନୀୟ BEO ଶ୍ରୀଅବିନାଶ ଶତପଥୀ ମୁଖ୍ୟଅତିଥି ରୂପେ ଯୋଗଦେଇ NEP 2020 ର ସମ୍ପର୍କରେ ମାର୍ଗ ଦର୍ଶନ କରିଥିବା ସହ ଛତ୍ରପୁର ସଂକୁଳ ପ୍ରମୁଖ G କୁର୍ମେୟ। ରାଓ ଯୋଗ ଦେଇ ଶିଶୁ ମାନଙ୍କର ମାନସିକ ଉନ୍ନତିର ମାର୍ଗ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ତା ୧୧/୧୧/୨୧ରିଖ ପର୍ଯ୍ୟନ୍ତ ତିନି ଦିନ ଚାଲିବ ।