ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ମଧୂମେହ ଦିବସ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ରବିବାର ଦିନ ଏହି ବ୍ଳକ୍ ରେ ଥିବା ସମସ୍ତ ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ମଧୂମେହ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ପାଇଲିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ଏବଂ ସ୍ୱାସ୍ଥ୍ୟ ନିରୀକ୍ଷକ ଶୁଭ୍ରମନ୍ୟୁ କର ଯୋଗ ଦେଇ ଉପସ୍ଥିତ ଜନ ସାଧାରଣଙ୍କୁ ମଧୂମେହ ରୋଗର ଭୟାବହତା,ଏହାର ଲକ୍ଷଣ ଏବଂ ଏହାକୁ ପ୍ରତିରୋଧ କରିବାର ଉପାୟ ସମ୍ପର୍କରେ ବୁଝାଇଥିଲେ I ଦୈନନ୍ଦିନ ଜୀବନଶୈଳୀରେ ସଂଯମତା ରକ୍ଷା ଏବଂ ନିୟମିତ ଯୋଗ, ପ୍ରାଣାୟମ ଦ୍ୱାରା ମଧୂମେହ ରୋଗକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନେ ଲୋକଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ୍ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁଙ୍କ ସଭାପତିତ୍ୱରେ ଗାଙ୍ଗପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅନୁଷ୍ଠିତ ବିଶ୍ୱ ମଧୂମେହ ଦିବସ ପାଳନ କାର୍ଯ୍ୟକ୍ରମରେ ପିଏଚ୍ଇଓ ଶ୍ରୀ ପଣ୍ଡା, ଆୟୂଷ ଡାକ୍ତର ଶ୍ରୀ ପ୍ରଧାନ, ସ୍ୱାସ୍ଥ୍ୟ ନୀରିକ୍ଷକ ଶ୍ରୀ କରଙ୍କ ସମେତ ଫାର୍ମାସିଷ୍ଟ ଯଜ୍ଞସେନ ସୁବୁଦ୍ଧି ଉପସ୍ଥିତ ରହି ଲୋକଙ୍କୁ ସଠିକ୍ ଜୀବନ ଚର୍ଯ୍ୟା ସହିତ ମଧୂମେହ ରୋଗକୁ ପ୍ରଥମରୁ ହିଁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ I ଉଭୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ଜନ ସାଧାରଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ