ଭଞ୍ଜନଗର ଉପଜିଲ୍ଲାପାଳଙ୍କ ବିଦ୍ୟାଳୟ ପରିଦର୍ଶନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ବିଦ୍ୟାଳୟରେ ଚାଲିଥିବା ୫ଟି କାର୍ଯ୍ୟକ୍ରମର ତଦାରଖ କରିଛନ୍ତି I ବାର୍ତ୍ତମାନ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅଳ୍ପ କିଛି କାର୍ଯ୍ୟ ବାକି ରହିଯାଇଥିବାରୁ ସେଗୁଡ଼ିକୁ ତୁରନ୍ତ ସାରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କୁ ପରାମର୍ଶ ଦେଇଥିଲେ I ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ୍ ବିଦ୍ୟାଳୟର ସ୍ମାର୍ଟ୍ ଶ୍ରେଣୀଗୃହ,ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପାଠାଗାର,ବିଜ୍ଞାନଗାର,ଖେଳ ପଡ଼ିଆ, ଶୌଚାଳୟ,ରାସ୍ତା ପ୍ରମୁଖ ପରିଦର୍ଶନ କରି ଉନ୍ନତ ମାନର କାର୍ଯ୍ୟ ପାଇଁ ସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ଭୂୟସୀ ପ୍ରଶଂସା କରିଥିଲେ I ଆଜିର ପରିଦର୍ଶନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ମଧ୍ଯ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ତଦାରଖ କରିଥିବା ବେଳେ ସାଥିରେ ଗାଙ୍ଗପୁର କ୍ଲଷ୍ଟରର ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାଳକୃଷ୍ଣ ସାବତ ଉପସ୍ଥିତ ଥିଲେ I ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ