ଗଂଜାମ ଏନଏସିରେ କୃତ୍ରିମ ବନ୍ୟା ପରିସ୍ଥିତି

ଗଞ୍ଜାମ, (ବିନୋଦ ପଲାଇ):ଲଗାଣ ବର୍ଷା ଯୋଗୁଁ ଗଂଜାମ ବ୍ଲକର ପାଞ୍ଚଟି ପଞ୍ଚାୟତରେ ଜୀବନଯାତ୍ରା ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଶହ ଶହ ହେକ୍ଟର ଚାଷ ଓ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଅନ୍ୟପଟେ,ଡ୍ରନ ଜଳ ନିଷ୍କାସନ ନ ହୋଇପାରି ଗଂଜାମ ଏନଏସିରେ ଏକ ପ୍ରକାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଂଜାମ ଏନଏସିର ମୁଖ୍ୟ ଡ୍ରେନ ଯୁଏଏ ହଲ ଠାରୁ ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ସଫା ହୋଇପାରିନଥିବା ବେଳେ , ସାମନ୍ତରାୟ ସାହି , ପଣ୍ଡାସାହି ,ମଧ୍ୟଖଣ୍ଡ
ସାହି , ଦୂର୍ଗା ଦେବୀ ସାହି , ରାଉଳ ସାହି ବାରିପଟ ନାଳ ଜାମ ହୋଇଯାଇଥିବାରି ପାଣି ନିଷ୍କାସନ ହୋଇ ନ ପାରି ସାମନ୍ତରାସାହିର ଅଧିକାଂଶ ଘରର ବାରିପଟୁ ଜଳ ଘରକୁ ପଶିଥିଲା ।ସେହିପରି ତ୍ରିବେଣୀ ମଠଛକ, ଜାତୀୟ ରାଜପଥ(୧୬) ର ଥାନା ପଖ କଲଭଟ ଓ ଓଡ଼ିଆ ଢାମଣା ସହି ଡ୍ରେନ ଓ ସଫେଇ ହୋଇପାରି ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ୱାଡ଼ ନମ୍ବର ତିନିର ଦୁର୍ଗା ଦେବୀ ସାହି ର ଯଶୋଦା ମହିଳା ମହାବିଦ୍ୟାଳୟ ସମ୍ମୁଖ ନୂତନ ସାହିର ପାର୍ଶ୍ୱରେ ମୁଖ୍ୟ ଡ୍ରେନ ଥିବା ବେଳେ ପାଣି ନିଷ୍କାସନ ନ ହୋଇ ପାରି ରା ରାସ୍ତା ଉପରେ ପାଣି ଜମିବାରୁ ପ୍ରାୟ ପାଞ୍ଚଟି ପରିବାର ପାଣି ଘେରରେ ରହିଛନ୍ତି। ଏନେଇ ଆଜି ବଡ଼ ବଜାର ବ୍ୟବସାୟି ସଙ୍ଘ ସଭାପତି ତଥା ବିଜେଡି ନେତା ଗୌରୀ ଶଙ୍କର ବାରିକ, ଗଂଜାମ ନଗର ବିଜେପିସଭାପତିସୁଦାମଜେନା, ମନୋରଞ୍ଜନ ସାହୁ ପ୍ରମୁଖ ଏକ ଟିମ ପାନୀୟ ଜଳ ନିଷ୍କାସନ ପାଇଁ ମୁଖ୍ୟ ଡ୍ରେନ ସମେତ ପାର୍ଶ ଡ୍ରେନ ଏବଂ କଲଭଟ ବୁଲି ଦେଖିବା ସହ ଉକ୍ତ ସ୍ଥାନ ଗୁଡିକ ଜାମ ଯୋଗୁଁ ଜଳ ନିଷ୍କାସନ ହୋଇପାରୁନଥିବା ଦେଖି ଛତ୍ରପୁର ଉପଜିଲ୍ଲାପାଳ ତଥା ଏନଏସି ପ୍ରଶାସନିକ ଅଧିକାରୀ ଙ୍କୁ ମୋବାଇଲ ଯୋଗେ କଥା ହୋଇ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏନଏସି ତରଫରୁ ଉତ୍ତମ ବେହେରାଙ୍କ ତତ୍ତ୍ୱାବଧାନରେ ଜେସିପି ମେସିନ ଲଗାଇ ଡ୍ରେନରେ ଜାମ ରହିଥିବା ସ୍ଥାନ ଗୁଡିକୁ ଯୁଦ୍ଧକାଳୀନ ଭିତରେ ସଫା କରାଜାଉଥିବା ବେଳ, ନଗର ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢୀ, ମନୋଜ କୁମାର ପ୍ରଧାନ ନାଳ ରୁ ପାଣି ନିଷ୍କାସନ ପାଇଁ ଲୋକଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଇଥିଲା।ସେହିପରି ଗଞ୍ଜମ ବ୍ଲକର ପାଞ୍ଚଟି ପଞ୍ଚାୟତର ଶହ ଶହ ଜମିରେ ପାଣି ପଶି ହେକ୍ଟର ହେକ୍ଟର ଧାନ ଫସଲ ଓ ପନିପରିବା ନଷ୍ଟ ହୋଇଯାଇଛି।ଏହି ବ୍ଳକ ର ପୋଇରାଶି ପଞ୍ଚାୟତର ବରପଲି,ଭୁଆଁ ଭୁଇଁ, କାଳିଆବାଡ଼ି, ୟୁଡିଏସ ପୁର ପଞ୍ଚାୟତର ଖଟିଆ, ଉମ୍ବୁରି ଧର୍ମଶରଣପୁର, , ମଲାଡ଼ ପଞ୍ଚାୟତର ଶ୍ରୀ ବଣା, ବହାଲପୁର, ବରଦା, ମଲାଡ଼, କରପଡା ପଞ୍ଚାୟତର ବିରିପୁର,ଆଲିଆବାଦ, ସାନରାମଚାନ୍ଦପୁର ପଞ୍ଚାୟତର ମଧୁରଛୁଆଁ, ବୁରୁଡ଼ି, ସାନରାମଚାନ୍ଦ ପୁର,ଜେଆରଜେପୁର ପଞ୍ଚାୟତର ଶହ ଶହ ଜମିରେ ପାଣି ପଶି ହେକ୍ଟର, ହେକ୍ଟର ଚାଷ ଫସଲ ଓ ପନିପରିବା ନଷ୍ଟ ହୋଇଯାଇଥିବା ଦେଖାଯାଇଛି।ବିରିପୁର ଗ୍ରାମ ଟି ପାଣି ଘେରରେ ରହିଛି।ଦେଖାଯାଇଛି। ସେହିପରି ଲୁଣ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଲଗାଣ ବର୍ଷା ଜାରି ରହେ ତେବେ ,ବନ୍ୟା ଆଶଙ୍କାକୁ ଏଡ଼େଇ ହେବନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ